୨ମାସ ପରେ ପୁଣି ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ, ୧୫/୧୦: ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ। ୨ମାସ ତଳେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ଭାରତୀୟ ଡାକ ବିଭାଗ ଆମେରିକାକୁ ସମସ୍ତ ବର୍ଗର ଆନ୍ତର୍ଜାତୀୟ ଡାକ ସେବା ପୁନଃଆରମ୍ଭ କରିଛି। ଭାରତ ଚଳିତ ବର୍ଷ ଅଗଷ୍ଟରେ ଆମେରିକାକୁ ଅସ୍ଥାୟୀ ଭାବରେ ଡାକ ସେବା ସ୍ଥଗିତ କରିଥିଲା। ଯେତେବେଳେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଦ୍ୱିଗୁଣିତ କରିଥିଲେ ଏବଂ କଷ୍ଟମ୍ ନିୟମ ପରିବର୍ତ୍ତନ କରିଥିଲେ, ସେତେବେଳେ ଭାରତୀୟ ଡାକ ବିଭାଗ ଏହି ପ୍ରତିବନ୍ଧକ […]

ସଂପୂର୍ଣ୍ଣ ପଢନ୍ତୁ

କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍

ନୂଆଦିଲୀ, ୧୫/୧୦: କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଆତ୍ମହତ୍ୟା କଲେ ସହକୃଷି ଅଧିକାରିଣୀ

ବାସୁଦେବପୁର, ୧୫ /୧୦: ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସହକୃଷି ଅଧିକାରିଣୀ ନୀହାରିକା ଦଳେଇ । ପ୍ରତିଦିନ ପରି ଆଜି ନିଜ ଝିଅକୁ ପାଠ ପଢାଇବା ପାଇଁ ସ୍କୁଲରେ ଛାଡି ବାଲିନଗର ସ୍ଥିତ ଭଡା ଘରକୁ ଫେରିଥିଲେ ନୀହାରିକା । ହେଲେ କିଛି ସମୟ ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । କୁହାଯାଉଛି ଯେ ନୀହାରିକା କିଛି ଦିନ ହେବ ମାନସିକ ଚିନ୍ତାରେ ଥିଲେ । ତେବେ କୃଷି ଅଧିକାରିଣୀଙ୍କ ଆତ୍ମହତ୍ୟା ପଛରେ ପ୍ରକୃତ କାରଣ […]

ସଂପୂର୍ଣ୍ଣ ପଢନ୍ତୁ

ଟଙ୍କା ପାଇଁ ପୁଅ ସାଜିଲା ମାଓବାଦୀ

ଭବାନିପାଟଣା, ୧୫/୧୦ : ଟଙ୍କା ପାଇଁ ପୁଅ ସାଜିଲା ମାଓବାଦୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୁଲିସ୍‌ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି ।ସୂଚନା ଅନୁସାରେ ରପ୍ରା ରୋଡର ଜ​ଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟ

ଖୋର୍ଦ୍ଧା,୧୫/୧୦: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଡମାଣିତ୍ରୀର ଶିଶିର ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଜୟ ଢୋଲକିଆ ବିଜେପିର ନୁଆପଡ଼ା ପ୍ରାର୍ଥୀ

ଭୁବନେଶ୍ୱର,୧୫/୧୦: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ଭାଜପା ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି।ସେପଟେ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୧୫/୧୦: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୬ଟାରୁ ବନକଲାଗି ନୀତି ଆରମ୍ଭ ହେବା ସହ ସର୍ବସାଧାରଣ ବନ୍ଦ ରହିବ। ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଆୟୁଷ୍ମାନ ଯୋଜନା ବ୍ୟୟବରାଦ ୪୭୫୩ କୋଟି

ଭୁବନେଶ୍ୱର, ୧୫ /୧୦: ରାଜ୍ୟରେ ଏପ୍ରିଲ୍‌ ୧୧ରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି। ନୂଆ ସରକାର ଆସିବା ପରେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୩.୪୭ କୋଟି ହିତାଧିକାରୀ ସାମିଲ ହୋଇଥିବା‌େ‌ବଳେ ୧.୪୭ କୋଟି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟରେ ପ୍ରାୟ ୪,୦୫,୦୪୪ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ସାନ ଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ /୧୦: କେନ୍ଦୁଝରର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(Regional Plant Resource Centre)। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରାଠାରେ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ରାଜସ୍ଥାନରେ ବସ୍‌ ଜଳି ୨୦ ଜୀବନ୍ତ ଦଗ୍ଧ

ଜୟପୁର, ୧୫ /୧୦: ରାଜସ୍ଥାନରେ ଜୈସଲମୀରରେ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରଶାସନିକ ଅଧିକାରୀମାନେ ଡିଏନଏ ପରୀକ୍ଷା ମାଧ୍ୟମରେ ମୃତବ୍ୟକ୍ତି ମାନଙ୍କ ଚିହ୍ନଟ କରିବା ଉପରେ ଧ୍ୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରି କହିଛନ୍ତି, “ରାଜସ୍ଥାନର ଜୈସଲମେରରେ ଏକ ଦୁର୍ଘଟଣା ରେ ଜୀବନହାନି ହୋଇଥିବାରୁ ମୁଁ ମର୍ମାହତ। ଏହି କଷ୍ଟକର ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ