ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ଅଜବ ପ୍ରତିକ୍ରିୟା

ଭୂବନେଶ୍ଵର, ୧୧/୧୦: ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, କିଛି ଦିନ ତଳେ ଜୟ କହିଥିଲେ ଯେ ମୋ ନେତା ନବୀନ ପଟ୍ଟନାୟକ। ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ। ହେଲେ ବିଜେପି ଦଳର ଘୋଡ଼ା ବେପାରରେ ସେ ବିକ୍ରି ହୋଇଗଲେ। ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେଵେ ଏହାକୁ ଗ୍ରହଣ କରି ନ ଥାନ୍ତେ। ଜୟ ଢୋଲକିଆ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୂବନେଶ୍ଵର, ୧୧/୧୦: ଶ୍ଵେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ୨୦୨୫ ପାଇଁ ଏହି ପୁରସ୍କାର ପାଇବେ ଏହି ଅନ୍ତର୍ଜାତୀୟ ଖେଳାଳି । ସେହିପରି ଭାରତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ ଖେଳାଳି ଆହନ ଉପବିଜେତା ଘୋଷିତ ହୋଇଛନ୍ତି । ଉଭୟଙ୍କୁ ପୁରସ୍କାର ବାବଦରେ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ​‌ରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୧/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ସେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୧୧/୧୦ : ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଜନନୀ ଯନ୍ତ୍ରଣାର ଏଭଳି ଏକ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଗୁଣୁପୁର ପଞ୍ଚାୟତ ମେର୍କାତାରା ଗାଁରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ଗାଁର ଗୁଂସେନ ମାଝୀଙ୍କ ସ୍ତ୍ରୀ ରଗ୍ନି ମାଝୀଙ୍କ ଗର୍ଭଯନ୍ତ୍ରଣା ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ-ଆଫଗାନିସ୍ତାନ ସମ୍ପର୍କ ବୃଦ୍ଧି କାବୁଲ ରେ ଦୂତାବାସ ପୁନଃସ୍ଥାପିନ କଲା ଭାରତ

ନୂଆଦିଲ୍ଲୀ, ୧୧/୧୦: ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ସ୍ୱରୂପ ଭାରତ କାବୁଲରେ ଥିବା ଏହାର ବୈଷୟିକ ମିସନକୁ ଏକ ପୂର୍ଣ୍ଣ ଦୂତାବାସରେ ପରିଣତ କରିବାକୁ ଘୋଷଣା କରିଛି, ଯାହା ତାଲିବାନ ପ୍ରଶାସନ ଅଧୀନରେ ଆଫଗାନିସ୍ତାନ ସହ ସମ୍ପର୍କକୁ ଗଭୀର କରିବାକୁ ନୂଆଦିଲ୍ଲୀର ଇଚ୍ଛାର ସ୍ପଷ୍ଟ ସଙ୍କେତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ ମୁତ୍ତାକିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଉଭୟ ପକ୍ଷ ପୁନଃନିର୍ମାଣ ଓ ମାନବିକ ସହାୟତାଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଗାଜା ଅସ୍ତ୍ରବିରତି ଲାଗୁ, ଯୁଦ୍ଧର ଅନ୍ତ ଘଟିଛି

ତେଲ୍‌ ଅଭିଭ୍‌, ୧୧/୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହା ସହିତ ଗାଜା ଯୁଦ୍ଧ ଶେଷ ହୋଇଛି ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଇସ୍ରାଏଲରେ ୨୦୨୩ ଅକ୍ଟୋବର ୭ରେ ହମାସର ଭୟାନକ ଆକ୍ରମଣ ପରଠାରୁ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବା ପୂରା ବିଶ୍ବକୁ ଆଶ୍ବସ୍ତ କରିଛି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲର ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମ ଧରିବେ ଜୟ ଢୋଲକିଆ, ନୂଆପଡ଼ାରୁ ହୋଇପାରନ୍ତି ବିଜେପି ପ୍ରାର୍ଥୀ!

ଭୁବନେଶ୍ବର, ୧୧/୧୦: ନୂଆପଡ଼ା ଉପନିର୍ବାଚନରେ ବିଜେପି ଓ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଆଲୋଚନା ଲାଗି ରହିଥିବା ବେଳେ ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ନେଇ ଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ […]

ସଂପୂର୍ଣ୍ଣ ପଢନ୍ତୁ

ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପ ହେଲେ ନିରାଶ

ନୂଆଦିଲ୍ଲୀ,୧୧/୧୦ :ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।ମାରିଆଙ୍କ ନାମ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନୋବେଲ କମିଟି ମଧ୍ୟ ପୁରସ୍କାର ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ

ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜୋରିମାନା: ରାଜ୍ୟ କ୍ୟାବିନେଟ ନିଷ୍ପତି

ଭୁବନେଶ୍ବର, ୧୧/୧୦ : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ସରଳା ଦାସ ଙ୍କ ଜନ୍ମସ୍ଥାନ ବଡସାରୋଳ ଗ୍ରାମ କୁ ଐତିହ୍ୟଗ୍ରାମର ମାନ୍ୟତା ଦାବୀ

ଝଙ୍କଡ଼,୧୦/୧୦: ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର, ଝଙ୍କଡ଼ ପ୍ରଗଣାର , ବଡସାରୋଳ ଗ୍ରାମର, କାଳୀନାଗ ନାମକ ଏକ କୃଷକପଲ୍ଲୀ ରେ ଆଜକୁ ପ୍ରାୟ ୬ ଶହ ବର୍ଷ ତଳେ ଆଦିକବି ଶୂଦ୍ରମୁନି ସାରଳା ଦାସ ଜନ୍ମ ଗ୍ରହଣ କରିଥିଲେ। ଉତ୍କଳ ଭାରତୀ ମା ସାରଳା ଙ୍କ କୃପା ଲାଭ କରି ସେ ସିଦ୍ଧେଶ୍ୱର ପରିଡା ରୁ ସାରଳାଙ୍କ ଦାସ,ସାରଳା ଦାସ ରେ ପରିଚିତ ହେବା ପରେ ନିଜର ଇଷ୍ଟ ଦେବୀଙ୍କ ପ୍ରାଚୀନ ପୀଠ, ବଡ ସାରୋଳ ଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ