ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପ ହେଲେ ନିରାଶ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୧୧/୧୦ :ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।ମାରିଆଙ୍କ ନାମ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନୋବେଲ କମିଟି ମଧ୍ୟ ପୁରସ୍କାର ଘୋଷଣା ସମୟରେ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସତ୍ବେ ତାଙ୍କ ଜୀବନ ପ୍ରତି ବହୁ ବିପଦ ରହିଥିଲା। କିନ୍ତୁ ସେ ଦେଶ ଛାଡ଼ି ନ ଥିଲେ। ଯାହା ଦେଶବାସୀଙ୍କୁ ବେଶ୍‌ ପ୍ରେରଣା ଯୋଗାଇଥିଲା। ତାଙ୍କ ସମର୍ଥକମାନଙ୍କ ମନୋବଳ ବୃଦ୍ଧି କରିଥିଲା।

ତେବେ ମାରିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିରାଶ ହେବାକୁ ପଡ଼ିଛି। ଟ୍ରମ୍ପ ବହୁ ପୂର୍ବରୁ ନିଜକୁ ନୋବେଲ ଶାନ୍ତି ପୁରସ୍କାରର ଦାବିଦାର ବୋଲି କହିଆସୁଥିଲେ। କିନ୍ତୁ ଏହି ପୁରସ୍କାର ମାରିଆଙ୍କୁ ମିଳିବା ଫଳରେ ଟ୍ରମ୍ପ ୨୦୨୬ ବର୍ଷର ପୁରସ୍କାର ପାଇଁ ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *