SI ପରୀକ୍ଷା ଜାଲିଆତି: ବାଲେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର,୬/୧୦: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନ୍‌ଭିନ୍‌ ଚଳାଇଛି। ଏସଆଇ ପରୀକ୍ଷା ଜାଲିଆତିରେ ବାଲେଶ୍ୱରରୁ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ l ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ  ନଦୀକୂଳରୁ ଝାମ୍ପିନେଲା କୁମ୍ଭୀର

ବରୀ, ୬/୧୦: ବନ୍ୟାଜଳ କମ ଥାଇ ସୁଦ୍ଧା ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମହଲା ସାହିର ସୌଦାମିନୀ ମହଲା(୫୭) ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ କୂଳରୁ କୁମ୍ଭୀର ତାଙ୍କୁ ଟାଣି ନେଇଛି। ସ୍ଥାନୀୟ ଲୋକେ ଖବର ପାଇ ହୋ ହାଲ୍ଲା କରିବାରୁ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରେ ବୁଡାଇ ମାରିଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ବିହାର ନିର୍ବାଚନ: ନଭେମ୍ବର ୬ ଓ ୧୧ରେ ନିର୍ବାଚନ, ୧୪ରେ ଫଳାଫଳ

ପାଟନା, ୬/୧୦: ନିର୍ବାଚନ କମିଶନ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୧ରେ ଅନୁଷ୍ଠିତ ହେବ। ମତଦାନ ଶେଷ ହେବା ପରେ ନଭେମ୍ବର ୧୪ରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବା ସହ ପ୍ରଥମ ପର୍ଯ୍ୟାୟରେ ୧୨୧ଟି […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋ,୬/୧୦: ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା। ଜବାବରେ ପାକିସ୍ତାନ ଦଳ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭାରତୀୟର କ୍ରାନ୍ତି ଗୌଡ଼ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍‌ ହାସଲ କରି ପାକିସ୍ତାନୀ ବ୍ୟାଟିଂ ଧ୍ୱଂସ କରିଥିଲେ। ବ୍ୟାଟିଂରେ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ: ଖ୍ବାଜା ଆସିଫ୍‌

ଇସ୍‌ଲାମାବାଦ,୬/୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି ଯୁଦ୍ଧବିମାନ ଖସାଇଥିବା ଦାବିକୁ ସେ ଦୋହରାଇଛନ୍ତି।ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ରାଜସ୍ଥାନରେ ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ରହିବାକୁ ଚାହୁଁଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ ପରେ ଏବେ ଭାରତର ଟେନସନ ବଢାଉଛି ବାଂଲାଦେଶ

ନୂଆଦିଲ୍ଲୀ,୬/୧୦: ବାଂଲାଦେଶ ଏହାର ସାମୁଦ୍ରିକ ଅଞ୍ଚଳରେ ଯୁଦ୍ଧଜାହାଜ ଏବଂ ପାଟ୍ରୋଲିଂ ହେଲିକପ୍ଟର ମୁତୟନ କରିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ମୂଲ୍ୟବାନ ହିଲସା ମାଛ ପ୍ରଜାତିକୁ ପ୍ରଜନନ ଋତୁରେ ଅବୈଧ ମାଛ ଧରିବାରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନେଇଛି। ହେରିଂ ପରି ଦେଖାଯାଉଥିବା ହିଲସା ପ୍ରତିବର୍ଷ ନଦୀକୁ ଅଣ୍ଡାଦାନ ପାଇଁ ଫେରିଥାଏ। ବାଂଲାଦେଶର ଜାତୀୟ ମାଛ ହିଲସା, ଭାରତର ପଶ୍ଚିମବଙ୍ଗର ଲୋକଙ୍କ ମଧ୍ୟରେ ଏକ ଲୋକପ୍ରିୟ ସ୍ବାଦିଷ୍ଟ ଖାଦ୍ୟ।ୟୁରଏସିଆନ ଟାଇମ୍ସର ଏକ ରିପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ୩୬ ଘଣ୍ଟା କର୍ଫ୍ୟୁ

କଟକ,୬/୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ସହ କିଛି ପ୍ରସଙ୍ଗ ସମାଧାନ କରିବାର ଆବଶ୍ୟକତା ରହିଛି: ଜୟଶଙ୍କର

ନୂଆଦିଲ୍ଲୀ, ୫/୧୦: ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆଜି ଭାରତ-ଆମେରିକା ସମ୍ପର୍କର ବର୍ତ୍ତମାନର ସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଆମେରିକା ମଧ୍ୟରେ ମତଭେଦ ରହିଛି। ଜୟଶଙ୍କର ସ୍ପଷ୍ଟ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ, ଯାହା ଫଳରେ ଆମେରିକା ଭାରତ ଉପରେ କିଛି ଶୁଳ୍କ ଲାଗୁ କରିଛି, ଯାହାକୁ ଭାରତ ସର୍ବସାଧାରଣରେ […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ମହିଳା କମିସନ ମୁଖ୍ୟ ଭାବେ ପରିଚୟ ଦେଉଥିବା ୨ ଠକ ଗିରଫ

ଭୁବନେଶ୍ୱର, ୫/୧୦: ଜାତୀୟ ସାମାଜିକ ନ୍ୟାୟ ମହିଳା ସଶକ୍ତିକରଣ ଆୟୋଗର ଅଧ୍ୟକ୍ଷା ବୋଲି କହି ଲୋକଙ୍କୁ ଠକୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଠକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଭୁବନେଶ୍ୱରର ମୈତ୍ରୀବିହାର ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ହରିୟାଣାର ଚୌଧୁରୀ ରିଙ୍କୁ ସାଇନି ଏବଂ ମନିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଥିବା ଡିସିପି ଜଗମୋହନ ମୀନା ଏକ ପ୍ରେସ୍ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଠକମାନେ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ

ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର

ଭୂବନେଶ୍ଵର, ୫/୧୦: ଅକ୍ଟୋବର ୨୦୨୫ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଏହାଏ ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର […]

ସଂପୂର୍ଣ୍ଣ ପଢନ୍ତୁ