ବାତ୍ୟା କାର୍ଯ୍ୟରେ ନିୟୋଜିତ ଯୋଗାଣ ସହାୟକଙ୍କ ଆକସ୍ମିକ ମୃତ୍ୟୁ

ଗଜପତି, ୨୮/୧୦ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଛି। ମୃତକ ରାୟଗଡ ବ୍ଲକ ପୋତ୍ତାର ପଞ୍ଚାୟତର ୩୫ ବର୍ଷୀୟ ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ ବୋଲି ଜଣାପଡିଛି। ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେ ଆଶ୍ରୟ ସ୍ଥଳୀର ଦାଇତ୍ବରେ ଥିବାରୁ ଆଜି ସକାଳୁ ସକାଳୁ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କାରରେ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୮/୧୦: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସ୍ତ୍ରୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇ ସମସ୍ତ ପୂଜାର ବିଧି ପାଳନ […]

ସଂପୂର୍ଣ୍ଣ ପଢନ୍ତୁ

ସମ୍ପତ୍ତି ବିବରଣୀ ନ ଦାଖଲ କଲେ ହେବ ନାହିଁ ପ୍ରମୋଶନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୧୦: ଓଡ଼ିଶା ସରକାର ୨୦୨୪ ବର୍ଷର ସମ୍ପତ୍ତି ବିବରଣୀ ଦାଖଲ ପାଇଁ କୌଣସି ସମୟ ବୃଦ୍ଧି ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲ୍ ପୁନର୍ବାର ଖୋଲାଯିବ ନାହିଁ। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।ବିଜ୍ଞପ୍ତିରେ କୁହାଯାଇଛି, ଅନେକ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ବିବରଣୀ ଦାଖଲ କରିନଥିବାରୁ ସମୟ ବୃଦ୍ଧି ଦାବି ହୋଇଥିଲା। କିନ୍ତୁ ପ୍ରଶାସନିକ ଅନୁଶାସନ ରକ୍ଷା ପାଇଁ କୌଣସି ଛାଡ଼ ଦିଆଯିବ ନାହିଁ। ୨୦୨୪ର […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ବାଚନୀ ପ୍ରଚାର ମଇଦାନ ରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ, ପୁଅଙ୍କ ପାଇଁ କଲେ ଭୋଟ ଭିକ୍ଷା

ନୂଆପଡ଼ା, ୨୮/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠୁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ, ସାଂସଦ ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରୁଛନ୍ତି ।ଏହା ବ୍ୟତିତ ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ଜୟଙ୍କ ମାତା ତଥା ପୂର୍ବତନ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌ ଆରମ୍ଭ

ନୂଆଦିଲ୍ଲୀ, ୨୮/୧୦: ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଛତିଶଗଡ, ଗୋଆ, ଆଣ୍ଡାମାନ ନିକୋବର, ଗୁଜରାଟ, ଲାକ୍ଷାଦ୍ବୀପ, ମଧ୍ୟପ୍ରଦେଶ, ପୁଦୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ କେରଳ। […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ଣ୍ଣଙ୍ଗ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା, ୨୮/୧୦: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନର ଦେଢ଼ବର୍ଷରୁ ଅଧିକ ସମୟ ପରେ ସରିଲା ମନ୍ଦିର ନିର୍ମାଣ କାର୍ଯ୍ୟ। ୨୨ ଜାନୁଆରୀ ୨୦୨୪ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକ ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିଥିଲା। ଆଜି ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମ “ଏକ୍ସ”ରେ ସୂଚନା ଦେଇଛନ୍ତି । ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, “ଆମେ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଭକ୍ତଙ୍କୁ ଏହା ଜଣାଇ […]

ସଂପୂର୍ଣ୍ଣ ପଢନ୍ତୁ

ମୁସ୍ତଫାବାଦ ହେବ ‘କବୀରଧାମ’: ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

ଉତ୍ତର ପ୍ରଦେଶ, ୨୮/୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଲଖିମପୁର ଖୀରୀ ଗସ୍ତ କରି ଜିଲାର ମୁସ୍କଫାବାଦ ଗାଁ ନାଁ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ଗ୍ରାମ ନାମ ପରିବର୍ତ୍ତନ ହୋଇ ‘କବୀରଧାମ’ କରିବାକୁ ସେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି। ସନ୍ତ କବୀରଙ୍କ ସହ ଜଡିତ ଏହି ଅଞ୍ଚଳର ଇତିହାସ ଓ ସଂସ୍କୃତିକୁ ରକ୍ଷା କରିବା ସହ ନୂଆ ପରିଚୟ ଦେବା ପାଇଁ ଏହି ପଦକ୍ଷେପ ନିଆଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁର ନାଁ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡାରେ ଛଟ ପୂଜା: ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆପଡ଼ା, ୨୮/୧୦: ସୋମବାର ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା। ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟମାନେ ଥାଆନ୍ତି ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି।ଏହି ମର୍ମରେ ଆଜି ଅତି ଆନନ୍ଦ ଉତ୍ସାହର ସହିତ ନୂଆପଡାରେ ମଧ୍ୟ ଛଟ୍ ପୂଜା ପାଳନ ହୋଇଯାଇଛି। ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦଙ୍କ ସୁଅ ଛୁଟୁଛି । ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର […]

ସଂପୂର୍ଣ୍ଣ ପଢନ୍ତୁ

୧୦ ଲକ୍ଷ ଟଙ୍କାର ହେରୋଇନ ଜବତ, ଜଣେ ଗିରଫ

କଟକ, ୨୮/୧୦: କଟକ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଇମାମପଡ଼ା ବସ୍ତି ରୋଡ୍‌ ଅଞ୍ଚଳରୁ ସୋମବାର ପୁଲିସ ୧୦୪ ଗ୍ରାମ ହେରୋଇନ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ସତୀଚଉରା ଅଞ୍ଚଳର ଅନିଲ ଦାସ ଓରଫ ଘାଟୁଆ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଜବତ ହୋଇଥିବା ହେରୋଇନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର

ଜୟପୁର, ୨୭/୧୦: ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ତାଙ୍କ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ୨ ଜଣଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ପଦ୍ମିନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ସଂପୂର୍ଣ୍ଣ ପଢନ୍ତୁ