ପମ୍ପସେଟ ବ୍ଲାଷ୍ଟରେ ଦୁଇ ଗୁରୁତର

ବାସୁଦେବପୁରର, ୩୦/୧୨: ବାଂଶଡା ଥାନା ବାଲିଘାଇ ସ୍ଥିତ ପଞ୍ଚୁ ଟିକ୍ରି ଗାଁରେ ଅଘଟଣ ଘଟିଛି। ପାଣି ପମ୍ପ ସେଟ ସଜାଡୁଥିବା ବେଳେ ବ୍ଲାଷ୍ଟ ହୋଇ କାରିଗର ସମେତ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବସୁଦେବପୁରର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ସଂପୂର୍ଣ୍ଣ ପଢନ୍ତୁ

ବଣଭୋଜି କରୁଥିଲେ ସାବଧାନ

ଭୁବନେଶ୍ୱର, ୩୦/୧୨: ବଣଭୋଜି ନା ରେ ପ୍ରଦୂଷଣ କରୁଥିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇକୋ ଟୁରିଜିମ ସ୍ଥାନରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ମନ୍ତ୍ରୀ କହିଛନ୍ତି ରାଜ୍ୟର ଅଧିକାଂଶ ସହରରେ ପ୍ରଦୂଷଣର ହାର ମାତ୍ରାଧିକ ରହୁଛି । ଯାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆ ଯାଇଛି । ଭୁବନେଶ୍ବରରେ ସମସ୍ତ ଇକୋ ଟୁରିଜିମ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର, ୩୦/୧୨: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୂବନେଶ୍ଵର, ୩୦/୧୨: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ଭୁବନେଶ୍ଵର, ୩୦/୧୨: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ନିରୀହ ଓଡ଼ିଆ ପୁଅ ଉପରେ ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ତାମିଳନାଡୁ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ପୀଡ଼ିତଙ୍କୁ ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ମନାଲିରେ ଅନୁଷ୍ଠିତ ଆନ୍ତଃରାଜ୍ୟ କ୍ରୀଡ଼ାରେ ଓଡ଼ିଆ କ୍ରୀଡ଼ାବିତଙ୍କ ସଫଳତା

ଫୁଲବାଣୀ, ୨୯/୧୨: ରାଜ୍ୟ ଦୁଃସାହସିକ ସଂଘ ଫୁଲବାଣୀ ଓ ୟୁଥ୍‌ ଆଡ଼ଭେଞ୍ଚର ଏବଂ ମାଉଣ୍ଟେନିୟରିଂ ଆସୋସିଏସନ୍‌, ହରିୟାଣାର ମିଳିତ ଆନୁକୂଲ୍ୟରେ ଏକ ଆନ୍ତଃରାଜ୍ୟ ଦୁଃସାହାସିକ କ୍ରୀଡ଼ା ଉତ୍ସବ ହିମାଚଳ ପ୍ରଦେଶର ମନାଲିଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଦୁଃସାହସିକ ସଂଘ, ଫୁଲବାଣୀ ତରଫରୁ ୬୨ ଜଣ କ୍ରୀଡ଼ାବିତ୍‌ ଏଥିରେ ଯୋଗଦାନ କରିଥିଲେ। ଉକ୍ତ ଆନ୍ତଃରାଜ୍ୟ ଦୁଃସାହିକ କ୍ରୀଡ଼ା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଦୁଃସାହସିକ କ୍ରୀଡ଼ା ଯଥା ପର୍ବତାରୋହଣ, କମାଣ୍ଡେ ଅବଷ୍ଟ୍ରାକଲ୍‌, ରକ୍‌କ୍ଲାଇଂମ୍ବିଂ ରେପଲିଂ, ମଙ୍କିକ୍ରାଉଲିଂ, ଜିପ୍‌ଲାଇନ୍‌ ଇତ୍ୟାଦିରେ […]

ସଂପୂର୍ଣ୍ଣ ପଢନ୍ତୁ

ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି: ନିଜ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ, ୨୯/୧୨: ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ହସ୍ତକ୍ଷେପ । ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ କେନ୍ଦ୍ର ସରକାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ସରକାରଙ୍କ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି । କମିଟିର ସୁପାରିଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୧ତାରିଖରେ ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ

ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ରୁଷର ସମର୍ଥନ

ନୁଆଦିଲ୍ଲୀ, ୨୯/୧୨: ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି। ଚୀନର ଏହି ଶକ୍ତିପ୍ରଦର୍ଶନ ମଧ୍ୟରେ ରୁଷ ଖୋଲା ସମର୍ଥନ କରିଛି। ତାଇୱାନ ଚୀନର ଅବିଚ୍ଛେଦ୍ୟ ଅଂଶ ଏବଂ ରୁଷ କୌଣସି ଦ୍ବୀପର ସ୍ବତନ୍ତ୍ରତାର କଡ଼ା ବିରୋଧ କିରଥାଏ ବୋଲି ରୁଷ କହିଛନ୍ତି।ରୁଷ […]

ସଂପୂର୍ଣ୍ଣ ପଢନ୍ତୁ

୩ କୋଟିର ବୀମା ରାଶି, ସରକାରୀ ଚାକିରି ପାଇଁ ସର୍ପ ଦଂଶନ କରାଇ ବାପାକୁ ହତ୍ୟା

ତାମିଲନାଡୁ, ୨୯/୧୨: ଟଙ୍କା ଏବଂ ବାପାର ଚାକିରି ହାତେଇବା ପାଇଁ ପୁଅ କେଉଁଭଳି ସ୍ତରକୁ ଖସିଯାଇପାରେ ତାହା ତାମିଲନାଡୁରେ ଘଟିଥିବା ଏକ ହତ୍ୟାକାଣ୍ଡରୁ ସାମ୍ନାକୁ ଆସିଛି। ୩ କୋଟି ଟଙ୍କାର ବୀମା ରାଶି ଏବଂ ବାପାର ସରକାରୀ ଚାକିରି ପାଇବା ନିଶାରେ ପୁଅ ବାପାକୁ ହତ୍ୟା କରିଛି। ତାହା ପୁଣି ସର୍ପ ଦଂଶନ କରାଇ।ଗତ ଅକ୍ଟୋବର ୨୨ରେ ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। […]

ସଂପୂର୍ଣ୍ଣ ପଢନ୍ତୁ

ନକଲି ବିଦେଶୀ ମଦ କାରଖାନା ଠାବ

କୋରାପୁଟ, ୨୯/୧୨: କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ […]

ସଂପୂର୍ଣ୍ଣ ପଢନ୍ତୁ