ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି, ୭/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା ଘଟିଛି। ନଦୀକୁ ଗାଧୋଇବାକୁ ଯାଇ ଦୁଇ ଜଣ ସାଙ୍ଗ ବୁଡିଯାଇଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଧୋଇବାବେଳେ ପ୍ରଥମେ ଜଣେ ସାଙ୍ଗ ବୁଡିଯାଉଥିବାବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୭/୧୨: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାରରୁ ଆଉ ଜଣେ ଗିରଫ

ଭୂବନେଶ୍ଵର, ୭/୧୨: ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌ ପୁଣି ଥରେ ସାମ୍ନାକୁ ଆସିଛି। ଏହି ମାମଲାରେ ସିବିଆଇ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ ବୋଲି ଜଣାପଡ଼ିଛି। ଗିରଫ କରାଯିବା ପରେ ଅଭିଯୁକ୍ତକୁ ଟ୍ରାନଜିଟ୍‌ ରିମାଣ୍ଡରେ ଅଣାଯାଉଛି।ସୂଚନାଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତ ଦୁର୍ନୀତି ମାମଲାରେ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। କିନ୍ତୁ ମାମଲାରେ ଅନ୍ତଃରାଜ୍ୟ ଲିଙ୍କ ସାମ୍ନାକୁ ଆସିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ପୁରୀ, ୭/୧୨: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା ହେଉ। ଦୀର୍ଘ ଦିନ ଧରି ଦର୍ଶନକୁ ନେଇ ଯେଉଁ ସମସ୍ୟା ଲାଗି ରହୁଛି ତାହାର ସମାଧାନ କରାଯାଉ। ଏଭଳି ଦାବି କରିଛନ୍ତି ପୁରୀ ସହରବାସୀ।ରବିବାର ପୁରୀ ସହରର ଶତାଧିକ ବାସିନ୍ଦା ଏଭଳି ଦାବି କରି ଧାରଣା ଦେଇଥିଲେ। ସେମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦୀପ ଜାଳି ଧାରଣାରେ ବସିଥିଲେ। ବହୁ ସଂଖ୍ୟାରେ ମହିଳା ଓ […]

ସଂପୂର୍ଣ୍ଣ ପଢନ୍ତୁ

୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍‌ ଏନର୍ଜି ହବ୍- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୧୨: ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସାରଦା ଚରଣ ମହାନ୍ତିଙ୍କ ପରଲୋକ

ଝଙ୍କଡ଼, ୬/୧୨: କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋହନପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ସାରଦା ଚରଣ ମହାନ୍ତିଙ୍କ ଗତକାଲି ସକାଳ ଘଟିକା ୦୬.୫୩ ମିନିଟ୍ ସମୟରେ ନିଜର ପୈତୃକ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବାବେଳେ ସେ କିଛିଦିନ ହେବ ମତିଷ୍କାଘାତ ରୋଗରେ ପୀଡିତ ଥିଲେ। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଦୀର୍ଘଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ମୃତ୍ୟ ଶଯ୍ୟା ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ସମାଜର ମୁଖ୍ୟ କର୍ତ୍ତୃପକ୍ଷଙ୍କୁ ଭେଟିଲେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ

କଟକ, ୫/୧୨: ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସର୍ବନିମ୍ନ ପେନସନ ୧ହଜାର ଟଙ୍କାରୁ ୯ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆସୋସିସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଦୀର୍ଘ ବର୍ଷ ହେବ ଦାବୀ କରାଯାଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଦାବୀ ପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଇପିଏଫ ପେନସନ ସଙ୍ଘ ପକ୍ଷରୁ ସମାଜ ଅଫିସ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ଆମେରିକା, ୬/୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।ଟ୍ରମ୍ପଙ୍କୁ ପୁରସ୍କାର ପ୍ରଦାନ କରି ଫିଫା ସଭାପତି ଇନଫାଣ୍ଟିନୋ କହିଥିଲେ ଯେ […]

ସଂପୂର୍ଣ୍ଣ ପଢନ୍ତୁ

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ନୂଆଦିଲ୍ଲୀ, ୬/୧୨: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ କମ୍ପାନୀ। କମ୍ପାନୀର ବିମାନ ଉଡ଼ାଣରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ଶନିବାର ଇଣ୍ଡିଗୋକୁ ନିର୍ଦେଶ ଦେଇଛି। ଏହା ପରେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସ୍ବୟଂଚାଳିତ ଭାବେ ଯାତ୍ରୀଙ୍କ ଆକାଉଣ୍ଟ ଟଙ୍କା ଫେରସ୍ତ ହେବ ବୋଲି କମ୍ପାନୀ କହିଛି।ମନ୍ତ୍ରଣାଳୟ ପକ୍ଷରୁ ବିମାନ […]

ସଂପୂର୍ଣ୍ଣ ପଢନ୍ତୁ

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ, ୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ ୨-୧ରେ ସିରିଜ କବ୍‌ଜା କରିଛି ଟିମ ଇଣ୍ଡିଆ। ୨୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୬୭ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଛି। ଯଶସ୍ବୀ ଜୟସୱାଲଙ୍କ ଶତକୀୟ ପାଳି ଏବଂ ହିଟମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଦଳରେ ଦଳ ସହଜରେ ଶେଷ ଦିନିକିଆରେ ବିଜୟ ହାସଲ କରିଛି। ଟସ ଜିତି ଭାରତ ପ୍ରଥମେ […]

ସଂପୂର୍ଣ୍ଣ ପଢନ୍ତୁ