ଯୁବକଙ୍କୁ ମାରି ନାଳରେ ଫିଙ୍ଗି ଦେଲେ !

ଦେବଗଡ଼, ୪/୧୨: ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଛି। ଦେବଗଡ ଜିଲ୍ଲା ବାକୋଟ ଥାନା ଟାଇଁସିରା ଯୌତୁକ ନାଳରୁ ମୃତଦେହ ଉଦ୍ଧାର ହୋଇଛି। ପଥର ବାନ୍ଧି ନାଳରେ ଯୁବକଙ୍କ ମୃତଦେହ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ଗ୍ରାମବାସୀମାନେ ଜଣଙ୍କୁ ଅଟକ ରଖିଛନ୍ତି। ଅଟକ ଯୁବକଙ୍କୁ ପୁଲିସ୍‌ ଆଣିବାକୁ ଚେଷ୍ଟା କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ପୁଲିସ୍‌ ଗାଡିକୁ ଘେରାଉ କରିଛନ୍ତି। ମୃତକ ରାଜକିଶୋର ମହାକୁଳ ବୋଲି ଜଣାପଡିଛି। ସାଇଣ୍ଟିଫିକ୍ […]

ସଂପୂର୍ଣ୍ଣ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ମେଡିକାଲ୍‌ ଟିମ୍

ମାଲକାନଗିରି, ୪/୧୨ : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି […]

ସଂପୂର୍ଣ୍ଣ ପଢନ୍ତୁ

ବଢ଼ିଲା ରାସନ କାର୍ଡ e-KYC ଅବଧି

ଭୁବନେଶ୍ୱର,୩/୧୨: ରାସନ କାର୍ଡଧାରୀଙ୍କ ପାଇଁ ଚାଲିଥିବା ଇ-କେୱାଇସି (e-KYC) ଯାଞ୍ଚ ପ୍ରକ୍ରିୟାର ସମୟସୀମାକୁ ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚ ପ୍ରକ୍ରିୟା ସମୟରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ଇ-କେୱାଇସି ଡ୍ରାଇଭ୍ ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଥିବା ପ୍ରାୟ ୬,୮୩,୯୯୫ […]

ସଂପୂର୍ଣ୍ଣ ପଢନ୍ତୁ

ଖୋଦ ରାଜଧାନୀରେ ବାଲ୍ୟ ବିବାହ

ଭୁବନେଶ୍ଵର, ୩/୧୨ : ରାଜଧାନୀରେ ବାଲ୍ୟ ବିବାହ। ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ ର କର୍ମକର୍ତ୍ତାମାନେ ଏବଂ ଖଣ୍ଡଗିରି ପୁଲିସ୍‌ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ସରକନ୍ତରା ଗାଁରେ ପହଞ୍ଚିଥିଲେ। ଏବଂ ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର୍ ଗାଁର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡର ଜଣେ ଯୁବକ ସହିତ ବିବାହ କରାଯାଉଥିବାବେଳେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ସୁଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୧୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର, ୩/୧୨ : ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ପାଳନ କରିଛି ୧୧ତମ ପ୍ରତିଷ୍ଠା ଦିବସ । ଏହାସହ ବିଶ୍ୱବିଦ୍ୟାଳୟରେ ମାଆ ରମାଦେବୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବକୁ ପାଳନ କରାଯିବ । ଏହାରି ମଧ୍ୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ଭାବେ ତାର ୬୦ ବର୍ଷ ପୂର୍ତ୍ତି କରିଛି । ଆଜି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ମୁକ୍ତିସଂଗ୍ରାମ ରେ ରମାଦେବୀ ଙ୍କ ଅବଦାନ ଅତୁଳନୀୟ : 126 ତମ ଜୟନ୍ତୀ ରେ ମତପ୍ରକାଶ

ଝଙ୍କଡ଼, ୩/୧୨: ଦେଶଭକ୍ତ, ତ୍ୟାଗ, ସେବା ଓ ସମର୍ପଣ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସ୍ୱାଧୀନତାସଂଗ୍ରାମୀ ମା ରମାଦେବୀ ସେ ଗାନ୍ଧିଜୀ ଙ୍କ ଆହ୍ୱାନ କ୍ରମେ ଆଇନିଅମାନ୍ୟ ଆନ୍ଦୋଳନ, ଲବଣସତ୍ୟାଗ୍ରହ, ହରିଜନସମାବେଶ ଓ ବିନୋବା ଭାବେ ଙ୍କ ଭୁଦାନ ଆନ୍ଦୋଳନରେ ସାମିଲ ହୋଇ ବହୁବାର କରାବରଣ କରିଥିଲେ ବୋଲି, ଗତ ବୁଧବାର ଦିନ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଆୟୋଜିତ ମା ରମାଦେବୀ ଙ୍କ 126ତମ ଜୟନ୍ତୀ ପାଳନ ଉତ୍ସବ ରେ ଯୋଗଦେଇ […]

ସଂପୂର୍ଣ୍ଣ ପଢନ୍ତୁ

ସନ୍ଥ ଦିନମଣୀ ଦାସଙ୍କ ବ୍ରହ୍ମଲୀନ ସମାଧି ପ୍ରତିଷ୍ଠା ଉତ୍ସବ

କୁଆଁପାଳ, ୩ /୧୨: ଅବଧୂତ ସନ୍ୟାସୀ ଅଖାପାଲିଆ ବାବା ଆଉ ଇହ ଧାମରେ ନାହାନ୍ତି l ସନ୍ଥ ଅରକ୍ଷିତ ଦାସଙ୍କ ସାଧନା ପୀଠ ଓଳାଶୁଣୀ ପାଦ ଦେଶରେ ଅବସ୍ଥିତ ଐତିହାସିକ ଲଳିତଗିରି ଠାରେ ଏକ ଆଶ୍ରମରେ ରହୁଥିବା ଏହି ସନ୍ୟାସୀ ଜଣକ ଆଧ୍ୟାତ୍ମିକ ବାଣୀ ପ୍ରଚାର କରୁଥିଲେ l ଦେହ ତ୍ୟାଗର ଏକ ବିଂଶତମ ତିଥିରେ ପୂଜ୍ୟ ବ୍ରହ୍ମ ଅବଧୂତ ସନ୍ଥ ଦିନମଣୀ ଦାସ ମହାରାଜଙ୍କ ସାଧନା ପୀଠରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l […]

ସଂପୂର୍ଣ୍ଣ ପଢନ୍ତୁ

ଭବିଷ୍ୟତ ପିଢ଼ି ଲାଗି ଜମାହେବ ଡିଏମ୍‌ଏଫ୍‌ ପାଣ୍ଠି

ଭୁବନେଶ୍ବର ୩/୧୨: ଲୋକସେବା ଭବନରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନହିତରେ ଅଧିକ ପାଣ୍ଠି ବିନିଯୋଗ ପାଇଁ ନିର୍ଦେଶ ଦେଇଛନ୍ତି। ଡିଏମଏଫ ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଡିଏମ୍ଏଫ୍‌ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଭିନ୍ନକ୍ଷମ ଦିବସ : ସରକାର କରୁଛନ୍ତି ଭିନ୍ନକ୍ଷମ ଶିଶୁଙ୍କ ‘ଡାଟା ବେସ୍’ ପ୍ରସ୍ତୁତି

ଭୂବନେଶ୍ଵର, ୩/୧୨: ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କ ବାବଦ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ (ସର୍ଭେ) କରୁଛନ୍ତି ସରକାର। ମହିଳା-ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା-ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏନେଇ ମିଳିତ ପ୍ରକ୍ରିୟା ଚାଲିଛି। ଏହି ସର୍ଭେ ଜରିଆରେ ପ୍ରସ୍ତୁତ ‘ଡାଟା ବେସ୍‌’ ସରକାରଙ୍କ ପାଇଁ ବେଶ ଉପଯୋଗୀ ହେବ। ଭିନ୍ନକ୍ଷମଙ୍କ ଲାଗି ନୀତି ପ୍ରଣୟନ ଓ କଲ୍ୟାଣ କ୍ଷେତ୍ରରେ ଏହି ‘ଡାଟା ବେସ୍’କୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ୩୦ ଜିଲାରେ ଘର ଘର […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ବନକ ଲାଗି ନୀତି: ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ, ୩/୧୨: ବୁଧବାର ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ବନକ ଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ। ପରମ୍ପରା […]

ସଂପୂର୍ଣ୍ଣ ପଢନ୍ତୁ