ଝଙ୍କଡ଼, ୩/୧୨: ଦେଶଭକ୍ତ, ତ୍ୟାଗ, ସେବା ଓ ସମର୍ପଣ ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସ୍ୱାଧୀନତାସଂଗ୍ରାମୀ ମା ରମାଦେବୀ ସେ ଗାନ୍ଧିଜୀ ଙ୍କ ଆହ୍ୱାନ କ୍ରମେ ଆଇନିଅମାନ୍ୟ ଆନ୍ଦୋଳନ, ଲବଣସତ୍ୟାଗ୍ରହ, ହରିଜନସମାବେଶ ଓ ବିନୋବା ଭାବେ ଙ୍କ ଭୁଦାନ ଆନ୍ଦୋଳନରେ ସାମିଲ ହୋଇ ବହୁବାର କରାବରଣ କରିଥିଲେ ବୋଲି, ଗତ ବୁଧବାର ଦିନ ମୂଳିସିଂହ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଆୟୋଜିତ ମା ରମାଦେବୀ ଙ୍କ 126ତମ ଜୟନ୍ତୀ ପାଳନ ଉତ୍ସବ ରେ ଯୋଗଦେଇ ବହୁ ବିଶିଷ୍ଟବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି l ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭା, ପରିଷଦର ସଭାପତି ସ୍ତମ୍ଭକାର ଓ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷ୍ତତା କରିଥିବା ବେଳେ, ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ମୁଖ୍ୟଅତିଥି ଭାବେ ମଞ୍ଚମଣ୍ଡନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣା ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ ବେହେରା ପ୍ରମ୍ମୁଖ ଆଲୋଚନା ରେ ଅଂଶଗ୍ରହଣ କରି ମହିୟସୀ ମା ରମାଦେବୀ ଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ରେ କୃତିତ୍ତ୍ୱ ଅର୍ଜ୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ମହାପୁରୁଷଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
