‘ନିଶାମୁକ୍ତ ଓଡ଼ିଶା ଅଭିଯାନ’

କୋରାପୁଟ : କୋରାପୁଟ ଜିଲ୍ଲାରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ବଡ଼ ସଫଳତା – ୨୨୫ କୋଟି ଟଙ୍କା ମୂଲ୍ୟର ହାଶିଶ ତେଲ ଓ ୫ କୋଟି ଟଙ୍କାର ଗଞ୍ଜେଇ ଜବତ ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ହାରାମଣି ବେହେରାଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ :   ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ଧର୍ମପ୍ରାଣା, ମହିୟସୀ ମହିଳା ହାରାମଣି ବେହେରା (89) ଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଭଗବତପ୍ରେମୀ ଥିବାରୁ, ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ, ମୂଳିସିଂହ ପଞ୍ଚାୟତ ସରପଞ୍ଚ ସଫି ଆଜାମ୍, ଜଗତସିଂହପୁରଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ଇଂ ସୁବ୍ରତ ମଲ୍ଲିକ, ପିତାମ୍ବର ବାବା, ଆଇନୀଜୀବି ରମେଶଚନ୍ଦ୍ର ଦଳେଇ, କୈଳାଶ […]

ସଂପୂର୍ଣ୍ଣ ପଢନ୍ତୁ

ତାରିଣୀଗଡ଼ାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ୪ ମହଲା ଛାତରୁ ଠେଲି ହତ୍ୟା, ଅଭିଯୁକ୍ତ ଅଟକ

ପାରାଦୀପ: ପାରାଦୀପ ତାରିଣୀଗଡ଼ା ଅଞ୍ଚଳରେ ଏକ ହୃଦୟବିଦାରକ ତଥା ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ଜଣେ ଅଣଓଡ଼ିଆ ଭଡ଼ାଟିଆ ଯୁବକ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିଜ ସହ ପାରାଦୀପକୁ ନେଇ ଆସିଥିଲା। ସେଠାରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଝଙ୍କଡ଼ :  ଚଳିତବର୍ଷ 2025-26 ଶିକ୍ଷାବର୍ଷରେ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ ତରାପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ରେ ପଞ୍ଚମଶ୍ରେଣୀ ଛାତ୍ର ସାଇଶୁଭମ ପରିଡା, ତିର୍ତ୍ତୋଲବ୍ଲକ ସ୍ତରରେ ସରକାରୀ ବୃତ୍ତିପରୀକ୍ଷାରେ ଓ ଆଦର୍ଶ ବିଦ୍ୟାଳୟ ରେ କୃତକାର୍ଯ୍ୟ ହୋଇଥିବା ବେଳେ, ଏଠାରେ ଅଧ୍ୟୟନରତ ତୃତୀୟଶ୍ରେଣୀ ଛାତ୍ରୀ ପ୍ରଜ୍ଞ୍ୟାଶ୍ରୀ ବିଶ୍ୱାଳ ମଧ୍ୟ ବୃତ୍ତିପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରି, ଶିଶୁମନ୍ଦିର ର ସୁନାମ ବଜାୟ ରଖିଥିବାରୁ, ଉଭୟଙ୍କୁ ବିଦ୍ୟାଳୟପରିସରରେ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ, ପ୍ରଧାନଆଚାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମନ୍ଦିର ସମ୍ମୁଖରେ ହନୁମାନ ଜୀଉ ଙ୍କ ନୂତନବିଗ୍ରହ ପ୍ରତିଷ୍ଠା

ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ, କେଉଁ ଆବାହମାନ କାଳରୁ ପୂଜାପାଇଆସୁଥିବା ହନୁମାନଜୀଉ ଙ୍କ ମନ୍ଦିର କୁ, ସାରଳାପୀଠର ନବୀକରଣ କାର୍ଯ୍ୟନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । ନୂତନମନ୍ଦିର ନିର୍ମାଣ ସରିବାପରେ ଶ୍ରୀଜୀଉ ଙ୍କ ବିଗ୍ରହ ସ୍ଥାନାନ୍ତର କରିବା ସମୟରେ ବିଗ୍ରହର ପାଦତଳୁ ଅଳ୍ପକିଛିଅଂଶ ଭାଙ୍ଗିଯାଇଥିଲା । ଭଗ୍ନବିଗ୍ରହ ପୂଜାକୁ ମାଆଙ୍କ ସେବାୟତମାନେ ବିରୋଧକରି, ନୂତନବିଗ୍ରହ ପ୍ରତିଷ୍ଠାକରିବା ନିମନ୍ତେ ଅଡ଼ିବସିଥିଲେ । ମନ୍ଦିରପ୍ରଶାସନ ସେବାୟତମାନଙ୍କ ଏହି ଯଥୋଚିତଦାବୀ କୁ […]

ସଂପୂର୍ଣ୍ଣ ପଢନ୍ତୁ

ପଣ୍ଡିତ ଦିବ୍ୟ ସୁନ୍ଦରଙ୍କ ବ୍ୟକ୍ତିତ୍ୱ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ !

ମାହାଙ୍ଗା :  ଆଧ୍ୟାତ୍ମିକ ଚେତନାର ଉତ୍ତରଣ କ୍ଷେତ୍ରରେ ଏବଂ ଓଡ଼ିଆ ଅସ୍ମିତାର ପୂଜାରୀ ଭାବେ ଜୀବନ ବ୍ୟାପୀ ସାଧନା ଜାରି ରଖିଥିଲେ ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ । ସେ ଏକାଧାରରେ ଜଣେ ବିଶିଷ୍ଟ ସାହିତ୍ୟିକ,ଅଧ୍ୟାପକ,ପ୍ରବାଚକ ଏବଂ ସନାତନ ସଂସ୍କୃତିର ପ୍ରଚାର-ପ୍ରସାର କ୍ଷେତ୍ରରେ ଦୀର୍ଘ ଚାରି ଦଶନ୍ଧି ଧରି ନିଜକୁ ସମର୍ପିତ କରିଆସିଥିବା ଏହି ଯଶସ୍ବୀ ପୁରୁଷଙ୍କ ଦ୍ଵାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ ଥିଲେ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ

ନିଆରା ତଥା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ବିବାହ ଉତ୍ସବ

କଟକ :  ଆଜିକାଲିର ଚାକଚକ୍ୟ ଓ ନାଚ-ଗୀତର କୋଳାହଳପୂର୍ଣ୍ଣ ବିବାହ ଉତ୍ସବ ମଧ୍ୟରେ ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି ଏକ ସଂପୂର୍ଣ୍ଣ ନିଆରା ତଥା ଭକ୍ତିମୟ ପରିବେଶ। ରେଳବାଇ ଆରକ୍ଷୀ ଅଧିକ୍ଷକ ତଥା ପୂର୍ବତନ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗାତା ଓ ସୁହାସିନୀ ଦାସ ଉଦଗାତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରିତିଶଙ୍କ ସହିତ ବଲାଙ୍ଗୀରର ଭକ୍ତ ବନ୍ଧୁ ମିଶ୍ର ଓ ବିଦ୍ୟୁତ ପ୍ରଭା ମିଶ୍ରଙ୍କ କନ୍ୟା ଶ୍ଵେତାଙ୍କ ଶୁଭ ପରିଣୟ ଉତ୍ସବ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀରାମ ମନ୍ଦିର ଓ ପତିତପାବନ ମନ୍ଦିର ପ୍ରତିଷ୍ଠାମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ର ଗୋବିନ୍ଦପୁର -ନିଶାମଣୀ ସରଣୀ ରୋଡ଼ ପାର୍ଶ୍ୱରେ 1912 ମସିହାରେ ସ୍ଥାପିତ ଓ ପୂଜିତ, ଶ୍ରୀରାମ ଓ ପତିତପାବନ ଠାକୁର ଏକ ଛୋଟ ମନ୍ଦିରରେ ପୂଜାପାଇ ଆସୁଥିବାବେଳେ, ଶ୍ରୀରାମ ସେବା ସଙ୍ଗଠନ ପକ୍ଷରୁ ଏକ ସୁରମ୍ୟ ଭବ୍ୟମନ୍ଦିର ର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇ, ଚୂଡାନ୍ତପର୍ଯ୍ୟାୟ ରେ ପହଞ୍ଚିଛି | ଆସନ୍ତା ମାର୍ଚ୍ଚ 23 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ଏହି ନୂତନମନ୍ଦିରର ପ୍ରତିଷ୍ଠାମହୋତ୍ସବ ନିମନ୍ତେ ଦିନ ଧାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ୟାସଲିକରୁ ଘରପୋଡି, ଧର୍ମେନ୍ଦ୍ର ପ୍ରଧାନ ଗୁରୁତର, ସହାୟତା ପାଇଁ ଦାବୀକଲେ ଗ୍ରାମବାସୀ

ଝଙ୍କଡ଼  :  ଗତ ସୋମବାର ଦିନ ରାତି ଏଗାର ଟା ବେଳେ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ପଧାନସାହି ଛକ ନିକଟରେ, ଗୃହକର୍ତ୍ତା ଧର୍ମେନ୍ଦ୍ର ପ୍ରଧାନ, କ୍ଷୀର ଗରମ କରିବାପାଇଁ, ଗ୍ୟାସରେ ଅଗ୍ନିସଂଯୋଗ କରିବା ସମୟରେ ହଠାତ ନିଆଁଜଳି ଉଠିବାରୁ, ସେ ନିଜେ ଗୁରୁତର ଭାବରେ ଆହତ ହୋଇ, ଆମ୍ବୁଲାନ୍ସ ଯୋଗେ, ପ୍ରଥମେ ଜଗତସିଂହପୁର ମେଡିକାଲ ଓ ଅବସ୍ଥା ଶଙ୍କଟଜନକ ଥିବାରୁ ତାଙ୍କୁ କଟକ ଏସ ସି ବି ମେଡିକାଲ କୁ ସ୍ଥାନାନ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ମିଶିବ ଆନ୍ଧ୍ରର ୫ ଗାଁ !

ମାଲକାନଗିରି: ନିଜ ରାଜ୍ୟର ଗାଁକୁ ଅବହେଳା। ଓଡ଼ିଶା ଗାଁ ପ୍ରତି କିନ୍ତୁ ଦରଦ। ଆନ୍ଧ୍ର ସରକାରଙ୍କ ଏପରି ଦୋମୁହାଁ ନୀତିକୁ ବିରୋଧ କରିଛନ୍ତି ୫ଟି ଗାଁର ଲୋକ। ଓଡ଼ିଶାରେ ମିଶିବାକୁ ଆଗ୍ରହ ପ୍ରକାଶ କରି ମାଲକାନଗିରି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ମୌଳିକ ସୁବିଧା ଯୋଗାଇ ଦେବାକୁ ନିବେଦନ ପରେ କିଛି ଅଞ୍ଚଳକୁ ରାସ୍ତା ଓ ବିଦ୍ୟୁତ୍‌ ଯୋଗାଇଛି ଓଡ଼ିଶା। ଯାହା ଆନ୍ଧ୍ର ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତକୁ […]

ସଂପୂର୍ଣ୍ଣ ପଢନ୍ତୁ