ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱଗ୍ରହଣ କଲେ ଅନ୍ୟା ଦାସ

ନୂଆପଡ଼ା: ଅନ୍ୟା ଦାସ ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଆନୁଷ୍ଠାନିକ ଭାବରେ ଦାୟିତ୍ୱଗ୍ରହଣ କରିଛନ୍ତି। ସେ ଗତକାଲିଠାରୁ ନୂଆପଡ଼ାରେ ପହଞ୍ଚିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ରଇତଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନୂଆପଡ଼ା ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା ବୋଲି ସେ ଶୁଣିଥିବା ବେଳେ ଏଠାରେ ବିକାଶର ଅନେକ ସମ୍ଭାବନା ରହିଥିବା ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଯେପରି ଶୀଘ୍ର ସମ୍ପୂର୍ଣ୍ଣ ହେବ, ସେଥିପ୍ରତି ତାଙ୍କର ବିଶେଷ ଦୃଷ୍ଟି ରହିବ ବୋଲି ସେ କହିଛନ୍ତି।ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ ମତ ଦେଇଛନ୍ତି।ନୂଆପଡ଼ା ଜିଲ୍ଲାରେ ଅନେକ ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ଧାନ ଏଠାକାର ଏକ ପ୍ରମୁଖ ଫସଲ। ତେଣୁ ଚାଷୀମାନେ ଯେପରି ସହଜ ଓ ସରଳ ଉପାୟରେ ନିଜ ଧାନ ବିକ୍ରି କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଅନ୍ୟା ଦାସ କହିଛନ୍ତି। ଜିଲ୍ଲାରେ ଚାଲିଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପନ, ପ୍ରାଥମିକ ଶିକ୍ଷାର ବିକାଶ ଓ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିବା ଉପରେ ନୂତନ ଜିଲ୍ଲାପାଳଙ୍କ ପ୍ରାଥମିକତା ରହିବ। ତାଙ୍କ ନୂତନ ଦାୟିତ୍ୱକାଳରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସଂପୂର୍ଣ୍ଣ ପଢନ୍ତୁ

ଠକେଇ, ଚଞ୍ଚକତା ଆଉ ବେଆଇନ ଭାବେ ଅନ୍ୟର ସମ୍ପତ୍ତି ହଡ଼ପ କରିବାର ସଙ୍ଗୀନ ଅଭିଯୋଗ ନେଇ ପୁଣି ଚର୍ଚ୍ଚାରେ ବିଜେଡି ଯୁବନେତା ରାଜା ଚକ୍ର

କେନ୍ଦୁଝର: ଠକେଇ, ଚଞ୍ଚକତା ଆଉ ବେଆଇନ ଭାବେ ଅନ୍ୟର ସମ୍ପତ୍ତି ହଡ଼ପ କରିବାର ସଙ୍ଗୀନ ଅଭିଯୋଗ। କୋଟି କୋଟି ଟଙ୍କାର କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ଯୁବନେତା ରାଜା ଚକ୍ର। ମହିଳା ଶିଳ୍ପଦ୍ୟୋଗୀ ସସ୍ମିତା ବେଜଙ୍କ ୧ କୋଟି ୨୨ ଲକ୍ଷ ଟଙ୍କାର କ୍ରସର ୟୁନିଟ୍ ଓ ଜମି ଦଖଲ ସହ ଆତ୍ମସାତ୍ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଅଭିଯୋଗର ଖୋଳତାଡ଼ ପାଇଁ କେନ୍ଦୁଝରର ନୁନୁଝରଣରେ ପହଞ୍ଚିଛି ଭୁବନେଶ୍ୱର EOWର ଟିମ୍। କେନ୍ଦୁଝର ତହସିଲଦାର […]

ସଂପୂର୍ଣ୍ଣ ପଢନ୍ତୁ
Supreme Court

ଦିଲ୍ଲୀରେ ବିପକ୍ଷ ନେତାଙ୍କ ସତର୍କତାମୂଳକ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ରବିବାର ଛୁଟିସତ୍ତ୍ୱେ ସ୍ପେଶାଲ ବେଞ୍ଚରେ ହେବ ଶୁଣାଣି

ନୂଆଦିଲ୍ଲୀ: ବରିଷ୍ଠ ଅଧିବକ୍ତା ତଥା ତୃଣ ମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ମେନକା ଗୁରୁସ୍ୱାମୀ ଦିଲ୍ଲୀରେ ଶନିବାର ହୋଇଥିବା ପ୍ରୋଟେଷ୍ଟ କାଳରେ ବିରୋଧୀ ଦଳ ନେତାଙ୍କ ସତର୍କତାମୂଳକ ଗିରଫକୁ ପ୍ରତିବାଦ କରି ସୁପ୍ରିମକୋର୍ଟକୁ ଯାଇଛନ୍ତି। ଅଟକ ଥିବା ବିପକ୍ଷ ଦଳ ନେତାଙ୍କ ମଧ୍ୟରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ଏ ନେଇ ପିଟିସନକୁ କାଲି ରବିବାର ସ୍ପେଶାଲ ବେଞ୍ଚରେ ଶୁଣାଣି ଲାଗି ଲିଷ୍ଟ କରାଯାଇଛି। ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ରେଭେନ୍ସାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସ-ଛାତ୍ରଛାତ୍ରୀ ଠେଲାପେଲା, ଭିଡିଓ ଭାଇରାଲ; ସେପଟେ ସ୍ବପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ କାଏମ ରଖିଲେ କର୍ତ୍ତୃପକ୍ଷ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଆଇଡିଏସ୍ଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ୱପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ ଖାରଜ ହେବା ପରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲିଠାରୁ ଏହି ଧାରଣା ଜାରି ରହିଥିବା ବେଳେ ସ୍ୱପ୍ନାରାଣୀ ଆମରଣ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନ ମଧ୍ୟରେ ପୋଲିସ ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ପବିତ୍ର ମହାଳୟା, ପିତୃ ପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ…

ପୁରୀ ୧୦।୧୦ : ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ପିତୃପୁରୁଷଙ୍କୁ ଆଜି ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ରହିଛି। ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରଷମାନେ ମର୍ତ୍ତମଣ୍ତଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶେଷ କରି ତୀର୍ଥକ୍ଷେତ୍ର ଓ […]

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ର ସଂସଦ ନିର୍ବାଚନ: ଏକାଧିକ କଲେଜରେ ଗୋଷ୍ଠୀ ସଂଘର୍ଷ, ଉତ୍ତେଜନା

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜୁଛି ହିଂସା। କେଉଁଠି ଛୁରାମାଡ଼ ତ’ କେଉଁଠି ଗୋଷ୍ଠୀ ସଂଘର୍ଷ। କେଉଁଠି ବାଇକ୍ ପୋଡି ତ’ କେଉଁଠି ବଜାର ବନ୍ଦ। ଖାଲି ସେତିକି ନୁହେଁ କେଉଁଠି କଲେଜ ଗେଟ୍ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା। କେଉଁଠି ଟାୟାରଜାଳି ରାସ୍ତା ଅବରୋଧ।। ଏଭଳି ଟେନସନ୍ କେବଳ କଲେଜ କର୍ତ୍ତୃପକ୍ଷ ନୁହଁ ପ୍ରଶାସନ ସହ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ ଅନେକ କଲେଜରେ ଘୋଷଣା ହୋଇଛି ସାଇନ-ଡାଏ । ଏପର୍ଯ୍ୟନ୍ତ ମିଳିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମା’ ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ, ରାଜ୍ୟବାସୀଙ୍କ ସମୃଦ୍ଧି ଓ ମଙ୍ଗଳ ପାଇଁ କଲେ ପ୍ରାର୍ଥନା

ସମ୍ବଲପୁର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟୀ ଶନିବାର ମହାଳୟା ଅବସରରେ ପତ୍ନୀ ଜୟଶ୍ରୀ କମ୍ଭମପାଟୀଙ୍କ ସହ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ। ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କୁ ପବିତ୍ର ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥାଏ। ଏହି ବିଶେଷ ବେଶ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Earthquake

ଉତ୍ତରାଖଣ୍ଡରେ ପୁଣି ଭୂମିକମ୍ପ ଅନୁଭୂତ, ତୀବ୍ରତା ୪.୨ ରେକର୍ଡ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଶନିବାର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍‌) ସୂଚନା ଦେଇଛି। ପାହାଡ଼ିଆ ସହର ଉତ୍ତରକାଶୀରେ ରାତି ୮ଟା ୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍‌ ଏକ୍ସରେ ସୂଚନା ଦେଇଛି ଯେ, ଭୂମିକମ୍ପର ତୀବ୍ରତା ୪.୨ ଥିଲା । ତେବେ ଗୋଟିଏ ଦିନରେ ଦୁଇ ଦୁଇ ଥର ଭୂକମ୍ପରେ ଥରିଛି ଉତ୍ତରାଖଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ : ଗତ ତିନିଦିନ ଧରି କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ନିଜ ଭାଷଣରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏଭଳି […]

ସଂପୂର୍ଣ୍ଣ ପଢନ୍ତୁ

ଗଣେଶ୍ୱର ଉଚ୍ଚ ବିଦ୍ୟାଳୟରେ ସାରଳା ସାହିତ୍ୟ ସଭା ଅନୁଷ୍ଠିତ

ଝଙ୍କଡ଼ : କୁଜଙ୍ଗ ବ୍ଲକ୍ ସାଇଲୋ ପଞ୍ଚାୟତ ଅନ୍ତର୍ଗତ ମୁଥାପଦାସ୍ଥିତ ଗଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ‘ଓଡ଼ିଆ ଭାଷା ସାହିତ୍ୟକୁ ସାରଳା ଦାସଙ୍କ ଅବଦାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଇତିବୃତ୍ତି ଉପରେ ଆଲୋକପାତ କରିଥିଲେ। ସାରଳା ଦାସଙ୍କ ରଚିତ ମହାଭାରତ ଯୋଗୁଁ ହିଁ ଓଡ଼ିଆ ଜାତି ଆଜି […]

ସଂପୂର୍ଣ୍ଣ ପଢନ୍ତୁ