ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ, ରାଜ୍ୟପାଳ କମ୍ଭମ୍‌ପାଟି ଓଡ଼ିଶାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ସେଗୁଡ଼ିକର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତଥ୍ୟ ରଖିଥିଲେ। ଏହି ଆଲୋଚନାରେ ରାଜ୍ୟର ବିକାଶ ଏବଂ ଓଡ଼ିଶାରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ବିଷୟବସ୍ତୁ ସାମିଲ ଥିଲା। ଏହା […]

ସଂପୂର୍ଣ୍ଣ ପଢନ୍ତୁ

କୋଲକାତା ଗ‌ଞ୍ଜେଇ ଚୋରା ଚାଲାଣ! ୩ ସନ୍ଦିଗ୍ଧ ବାଲାଂଦେଶୀ ମହିଳା ସହ ୪ ଗିରଫ

କାଳିଆପାଣି : ଅନୁଗୋଳରୁ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ବାଟରେ ସୁକିନ୍ଦା ପୁଲିସ ପଞ୍ଝାରେ ପଡ଼ିଛନ୍ତି ୪ ସନ୍ଦିଗ୍ଧ ବାଲାଂ‌ଦେଶୀ ନାଗରିକ। ଅଭିଯୁକ୍ତମାନେ ହେଲେ ଆୟେଶା ବିବି(୫୫), ଅଞ୍ଜନା ବିବି(୫୬), ବୁଲଟି ବିବି(୨୯) ଓ କିଙ୍ଗପିନ୍‌ ଅବଦୁଲ ସତ୍ତାର(୬୨)। ସମସ୍ତେ ଏକ ପରିବାର ସଦସ୍ୟ ଭଳି ଦୂର ଜାଗାରୁ ଘର ଫେରିବା ଯୋଜନାରେ ଯାଜପୁର-ଢେଙ୍କାନାଳ ସୀମାନ୍ତ ବୋତଲଣ୍ଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ନାଟକ କରୁଥିଲେ। ଭୁବନରେ ଅଧା ଗଞ୍ଜେଇ ଚାଲାଣ କରି ସେମାନେ ଅନ୍ୟ ଏକ ଗାଡ଼ିରେ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱର୍ଗତ ନାରାୟଣ ମହାପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଓ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ

କଟକ :  କଟକ ସଦର ବ୍ଲକ ବୟାଳିଶମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କଳାକାର ସ୍ୱର୍ଗତ ନାରାୟଣ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ତଥା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। କଳପଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଜ୍ୟୋତିରଞ୍ଜନ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବୟାଳିଶମୌଜା ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତି ପୌରୋହିତ୍ୟ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ […]

ସଂପୂର୍ଣ୍ଣ ପଢନ୍ତୁ

ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକ ସମାରୋହ ଅକ୍ଟୋବର ୧୧ରେ: ଡ. ତୋଫାନ ଜେନା ପାଇବେ ‘ପଲ୍ଲୀ ପ୍ରତିଭା ସମ୍ମାନ-୨୦୨୬’

କଟକ :  ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ’ର ବାର୍ଷିକ ସାରସ୍ୱତ ସମାରୋହ ଆସନ୍ତା ଅକ୍ଟୋବର ୧୧ ତାରିଖ ପୂର୍ବାହ୍ନରେ ଐତିହାସିକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହେବ। ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପାଇଁ ଅନୁଷ୍ଠାନର ଗତିରାଉତପାଟଣା, ଡିହସାହିସ୍ଥିତ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ସଭାପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଚଳିତ ବର୍ଷର ସମ୍ମାନଜନକ ‘ପଲ୍ଲୀ […]

ସଂପୂର୍ଣ୍ଣ ପଢନ୍ତୁ