Omaw

ସୀମାରେ ଗୁଳିମାଡ଼: ପାକ୍ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଦେଶବିଦେଶ
Share

ଶ୍ରୀନଗର: ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା । ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ସେନାର ଗୁଳିରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ।

ପହଲଗାମ୍ ପ୍ରତିଶୋଧ ଏବଂ ଅପରେସନ ସିନ୍ଦୂର ପରେ ପାଗଳ ହୋଇଥିବା ପାକିସ୍ତାନ ଜାମ୍ମୁ କାଶ୍ମୀର ସୀମାରେ ଘନଘନ ଗୁଳିମାଡ କରୁଛି । ଭାରତ ପିଓକେର ଆତଙ୍କୀ ଆଡ୍ଡା ଉଡାଇ ଦେଇଥିବା ବେଳେ ପାକିସ୍ତାନ କିନ୍ତୁ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ମାରୁଛି । ଯାହା ଅତି ଅମାନୁଷିକ କାଣ୍ଡ । ଲଗାତାର ପାକିସ୍ତାନ ସେନା ଗୁଳିମାଡ କରି ସୀମାବର୍ତ୍ତୀ ଅଞ୍ଚଳରେ ୧୯ ଜଣଙ୍କ ଜୀବନ ନେଇଛନ୍ତି । ମୃତକଙ୍କ ମଧ୍ୟରେ ବି ବୟସ୍କ ଏବଂ ଶିଶୁ ଅଛନ୍ତି ।

ତେବେ ପୁଞ୍ଚ, ଉରୀ, ରଜୌରୀ, ବାରମୂଲା, ଜମ୍ମୁ ଆଦି ସେକ୍ଟରରେ ଗୁଳିମାଡ କରି ସାଧାରଣ ଲୋକଙ୍କୁ ମାରିଛି ସୈତାନ ପାକିସ୍ତାନ ।

Leave a Reply

Your email address will not be published. Required fields are marked *