ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ପଞ୍ଚାୟତ ଅଧିନ ତଥା ମାଆ ସାରଳା ଙ୍କ ପ୍ରାଚୀନ ପୀଠ ସ୍ଥଳି ଲଣ୍ଡାଦେଉଳ, ବଡ଼ଶାରୋଳ ( ହରିପୁର) ଗ୍ରାମର ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ( ୧୦୧) ଙ୍କର ଗତ ସୋମବାର ବୁଦ୍ଧପୂର୍ଣ୍ଣମୀ ଦିନ ପ୍ରତ୍ୟୁଷ ରେ ପରଲୋକ ହୋଇଯାଇଛି। ସେ ଝଙ୍କଡ଼ରତ୍ନ ମଧୁସୂଦନ ରାଉଳ ଙ୍କର ଭାଣିଜି ଓ ସ୍ବର୍ଗତ ସୁଦର୍ଶନ ରାଉଳ ଙ୍କ ଧର୍ମପତ୍ନୀ ଓ ଜଣେ ଆଦର୍ଶ ଗୃହିଣୀ ଥିଲେ ।
ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଜନପ୍ରତିନିଧି ଓ ସାରଳା ମନ୍ଦିରର ପଣ୍ଡା ସେବକ ମାନେ ତାଙ୍କ ବାସଗୃହ କୁ ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ତେବେ ତାଙ୍କର ବିୟୋଗରେ ମର୍ମାହତ ହୋଇ ସମାଜସେବି ଅଶୋକ କୁମାର ମହାନ୍ତି , ଅରୁଣ ମହାପାତ୍ର , ବିଜୟ କୁମାର ରାଉଳ , ରଞ୍ଜନ କୁମାର ରାଉଳ , ନୃସିଂହ ଚରଣ ନାୟକ, ହରେକୃଷ୍ଣ ନାୟକ , ନିରଞ୍ଜନ ରାଉଳ , ତ୍ରିଲୋଚନ ରାଉଳ , ନୃସିଂହ ଚରଣ ରାଉଳ , ଫକୀର ଚରଣ ନାୟକ , ସିନ୍ଧୁ ନାୟକ , ଭବାନୀ ଶଙ୍କର ନାୟକ, ସ୍ମିତା ରାଉଳ, ସୁଶାନ୍ତ କୁମାର ରାଉଳ, ଦୀପା ସେନାପତି , ତୋଫାନି ସେନାପତି , ପ୍ରଭାତ ନାୟକ ଆରତୀ ରାଉଳ, ଶିବ ଚରଣ ଦାସ , ସୁବ୍ରତ ରାଉଳ , ସୁମନ୍ତ ରାଉଳ, ପୁତ୍ର ହରିଚରଣ ରାଉଳ, ଧରଣୀଧର ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଅଛନ୍ତି।
ଗ୍ରାମ୍ୟ ଶ୍ମଶାନ ରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ କନିଷ୍ଠ ପୁତ୍ର ରମେଶ ଚନ୍ଦ୍ର ରାଉଳ ମୁଖାଗ୍ନି ଦେଇଥିବାର ଦେଖିବାକୁ ମିଳିଥିଲା।