ମାହାଙ୍ଗା ମାଟିର ଗୌରବ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ମହେନ୍ଦ୍ର ମହାନ୍ତି, ସବୁଆଡ଼ୁ ଶୁଭେଚ୍ଛାର ସୁଅ

ରାଜ୍ୟ
Spread the love

ମାହାଙ୍ଗା, (କଟକ): ମାହାଙ୍ଗା ମାଟି ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ମାହାଙ୍ଗା ବ୍ଲକର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କୁ ବାରିପଦାସ୍ଥିତ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ମିଳିଛି। ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ମାହାଙ୍ଗା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

ପ୍ରଫେସର ମହାନ୍ତି ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ, ଶୁକ୍ଳେଶ୍ୱରର ଜଣେ ପୁରାତନ ଛାତ୍ର। ସେ ବିଶ୍ୱପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଆଇଆଇଟି (IIT) ଖଡ଼କପୁରରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ରେ ପ୍ରଫେସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ତାଙ୍କର ଦେଶବ୍ୟାପୀ ସୁଖ୍ୟାତି ରହିଛି।

କେବଳ ଶିକ୍ଷା ବା ଗବେଷଣା ନୁହେଁ, ବରଂ ଜନକଲ୍ୟାଣ କାର୍ଯ୍ୟରେ ମଧ୍ୟ ସେ ସଦାସର୍ବଦା ନିୟୋଜିତ। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାହାର’ର ଉପଦେଷ୍ଟା ଏବଂ ‘ମାଆ ରାଧାଦେବୀ ଦତ୍ତ ଟ୍ରଷ୍ଟ’ର ଟ୍ରଷ୍ଟି ଭାବେ ସେ ବହୁ ସମାଜ ମଙ୍ଗଳ କାର୍ଯ୍ୟ କରିଆସୁଛନ୍ତି।

ତାଙ୍କର ଏହି ସଫଳତା ପାଇଁ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ବର୍ଷୀୟାନ ସମାଜସେବୀ ଦେବୀ ପ୍ରସାଦ ଦାସ, ଓମ୍ ପ୍ରକାଶ ମହାନ୍ତି, ଅଭିମନ୍ୟୁ ସାହୁ, ବରିଷ୍ଠ ସାମ୍ବାଦିକ ଅମ୍ବିକା କାନୁନ୍‌ଗୋ, ସୁପ୍ରିମକୋର୍ଟ ଅଧିବକ୍ତା ଦେବ ଦତ୍ତ କାନୁନ୍‌ଗୋ, ଅଖିଳେଶ ମହାନ୍ତି, ପୂର୍ବତନ ରାଜସ୍ୱ ଆୟୁକ୍ତ ଅନିଲ ସାମଲ, ଅରୁଣ ବାରିକ, କବି ଗୋବିନ୍ଦ ମହାନ୍ତି, ଅଧିବକ୍ତା ଗୋପାଳ ମହାନ୍ତି, ସାମ୍ବାଦିକ ଅଜୟ ମହାନ୍ତି, ସାମାଜିକ କର୍ମୀ ଓ ସାମ୍ବାଦିକ ସତ୍ୟ ଦାସ, ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ, ଅଧ୍ୟାପକ ଅନିଲ ଜେନା ଏବଂ ଅଧ୍ୟାପକ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ବିଦେଶରୁ ଆମେରିକାର ଡକ୍ଟର ଧିରେନ ଦାସ, କାନାଡାରୁ ବୈଜ୍ଞାନିକ ଡକ୍ଟର ଫାଲଗୁନି ପଟ୍ଟନାୟକ, ସାମ୍ବାଦିକ ଉମାକାନ୍ତ ଜେନା, କୃଷକ ନେତା ଗଣେଶ ବଳବନ୍ତ ରାୟ, ପ୍ରଭୂଜୀ ପଞ୍ଚୁପାଣ୍ଡବ ଦାସ, ପ୍ରାକ୍ତନ ଯୁଗ୍ମ ସଚିବ ଜୟନ୍ତ ଦାସ ଏବଂ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ଭୁବନାନନ୍ଦ ସାହୁ ପ୍ରମୁଖ ପ୍ରଫେସର ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର କାର୍ଯ୍ୟକାଳ ସଫଳ ହେଉ ବୋଲି କାମନା କରିଛନ୍ତି।

ଏହାବ୍ୟତୀତ ସାପ୍ତାହିକ ସମ୍ବାଦପତ୍ର ନଗରଖବର ପକ୍ଷରୁ ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ପ୍ରଫେସର ମହାନ୍ତିଙ୍କୁ ଶୁଭକାମନା ଜଣାଇଛନ୍ତି  |

Leave a Reply

Your email address will not be published. Required fields are marked *