3978fb8f 467e 4fc2 Aca4 07bdc307af8d

ସାରଦା ଏକାଡେମୀ ୧୯୬୮-୭୪ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଜ୍ୟ
Spread the love

ଝଙ୍କଡ଼ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ରେ ୧୯୬୮ ରୁ ୭୪ ମସିହା ପର୍ଯ୍ୟନ୍ତ ପାଠ ପଢୁଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅତୀତର ସ୍ମୃତି ସାଉଁଟିବା ପାଇଁ ଏକ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ମେ ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ଜୟନ୍ତୀ କମିଟି ର ମୁଖ୍ୟଉପଦେଷ୍ଟା ତଥା ଏକାଡେମୀ ର ପୁରାତନ ଛାତ୍ର ସଂସଦ ର ସଭାପତି ଡାକ୍ତର ଅମରେନ୍ଦ୍ର ନାଥ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବିଜୟ କୁମାର ନାୟକ ଙ୍କ ଆହ୍ଵାନ କ୍ରମେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଗତ ମଙ୍ଗଳବାର ସଂଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ୨୮ ତାରିଖ ବୁଧବାର ଦିନ ପୂର୍ବାହ୍ନରେ ଆନ୍ତବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା, ଅପରାହ୍ନ ୪ ଟା ରୁ ୫ ଟା ଦ୍ୱିତୀୟ ଅଧିବେଶନ ରେ ସୁବର୍ଣ୍ଣ ଜୟନ୍ତୀ ର ସ୍ମୃତିସ୍ମରଣିକା ଉନ୍ମୋଚନ ସହିତ କେତେକ ବିଶିଷ୍ଟବ୍ୟକ୍ତି ଓ କର୍ମନିଷ୍ଠ ଶିକ୍ଷାଗୁରୁ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ତୃତୀୟ ଅଧିବେଶନ ୫ ଟା ୩୦ ମିନିଟ ରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଫଁନ ଉଇଥ ଫ୍ରେଣ୍ଡସ କାର୍ଯ୍ୟକ୍ରମ ପରେ ସମୁହ ଭୋଜନ ର ବ୍ୟବସ୍ଥା କରାଯିବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଆଲୋଚନାରେ ଜୟନ୍ତୀ କମିଟି ର ସଭାପତି ଗୁରୁଚରଣ ବ୍ରହ୍ମ , ଉପ ସଭାପତି ଅଶୋକ କୁମାର ରାଉତ, କ୍ଷୀରୋଦ କୁମାର ରାଉଳ , ସମ୍ପାଦକ ସୁରେନ୍ଦ୍ର କୁମାର ନାଥ, ଓ ସହ ସମ୍ପାଦକ ବନ୍ଦନା ଦାସ ଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ କୁମାର ସାହୁ, ରବିନାରାୟଣ ଚୌଧୁରୀ, ନିର୍ମଳ ମହାନ୍ତି ଅକ୍ଷୟ କୁମାର ପରିଜା, ଜଗନ୍ନାଥ ମୁଦୁଲି , ବୁଲେଇ ଭୋଇ , ନାରାୟଣ ସାମଲ , ନିତ୍ୟାନନ୍ଦ ସାହୁ, ସୁନାକର ମହାନ୍ତି , ପ୍ରଭୁପ୍ରସାଦ ମହାନ୍ତି , ବୀରକିଶୋର ନାୟକ, ସୁଶୀଳାବାଳl ସିଂହ , କମଳା ମହାନ୍ତି , ଉର୍ମିଳା ମହାନ୍ତି, କମଳା ନନ୍ଦୀ ମଣ୍ଡଳ ଓ ଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ ନାଦଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *