Bbcb5610 B469 45cc Aeaf A3f532ef5380

ଶତାୟୁ ମହିଳା ଧୋବଣୀ ଦେଈଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ ବଡ଼ଶାରୋଳ ( ହରିପୁର) ଗ୍ରାମର ମାଆ ସାରଳା ଙ୍କ ନିତ୍ୟସେବକ ସ୍ବର୍ଗତ ସୁଦର୍ଶନ ରାଉଳ ଙ୍କ ଧର୍ମପତ୍ନୀ ତଥା ଆଦର୍ଶ ଗୃହିଣୀ ଶତାୟୁ ମହିଳା ଧୋବଣୀ ଦେଈ (୧୦୧) ଙ୍କର ପବିତ୍ର ଏକାଦଶାହ ଉପଲକ୍ଷେ ଏକ ଅଶ୍ରୁଳ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

Fb4a8949 B1c5 4fd3 Bf26 68bebb9b0ec0643f5b8a Ad79 4cbd 9a94 14087c1dcc6e

ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ , ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ, ପୁର୍ବତନ ବିଧାୟକ ବିଜୟ ଶଙ୍କର ଦାସ , ଜଗତସିଂହପୁର ଜିଲ୍ଲା ବିଜେପି ର ପ୍ରାକ୍ତନ ସଭାପତି ସତ୍ୟବ୍ରତ ମହାପାତ୍ର , ଜିଲ୍ଲା ବିଜେଡ଼ିର ସଭାପତି ରବିନାରାୟଣ ଜେନା , ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ଜିଲ୍ଲାବିଜେଡିର ବରିଷ୍ଠ ଉପ ସଭାପତି ଅଶ୍ଵିନୀ ଦାସ ଓ ପବିତ୍ର ପଶାୟତ, କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନମିତା ରାଉଳ, ଜିଲ୍ଲା କୈବର୍ତ୍ତ ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା , ପୂର୍ବତନ ଆତ୍ମାଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର, ଜନକଲ୍ୟାଣ ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ରାଉଳ, ସମିତି ସଭ୍ୟ ପ୍ରବୀର୍ ରାୟ , ଦେବେନ୍ଦ୍ର କୁମାର ଲେଙ୍କା, ଛାତ୍ରନେତା ଦେବିପ୍ରସାଦ ମହାପାତ୍ର , ଆଇନଜୀବି ମହେଶ ମହାନ୍ତି, ସମାଜସେବୀ ବ୍ରଜକିଶୋର ମଲ୍ଲିକ , ନିହାର ରଞ୍ଜନ ମହାନ୍ତି , ଇଂ ସୁମିତ ଦାସ, ସତ୍ୟଭୂଷଣ ଦାସ , ନିୟୁଲାଇଫ୍ କଟକ ର ଗିରିଜା ଶଙ୍କର ପାତ୍ର , ପ୍ରକାଶ ଦାସ , ସମାଜସେବୀ ଓ ପରିବେଶବିତ୍ ଅଶୋକ କୁମାର ମହାନ୍ତି , ସାରଳା ମଣ୍ଡଳ ବିଜେପି ସଭାପତି ଶୁଭକାନ୍ତ ରଣା , ବିଜୟ କୁମାର ରାଉଳ, ରଞ୍ଜନ କୁମାର ରାଉଳ , ନିରଞ୍ଜନ ରାଉଳ, ତ୍ରିଲୋଚନ ରାଉଳ, ନୃସିଂହ ଚରଣ ରାଉଳ, ରବିନାରାୟଣ ନାୟକ , ନରୋତ୍ତମ ସ୍ୱାଇଁ ଓ ଭବାନୀ ଶଙ୍କର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଧୋବଣୀ ଦେଈ ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ହରିଚରଣ ରାଉଳ, ଧରଣୀଧର ରାଉଳ, ରମେଶ ଚନ୍ଦ୍ର ରାଉଳ , ବିଷ୍ଣୁ ଚରଣ ରାଉଳ, ରଶ୍ମୀ ରଞ୍ଜନ ରାଉଳ ଓ ଆଦିତ୍ୟ ନାରାୟଣ ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *