ଝଙ୍କଡ଼ : ଆଜିକାଲି ନବଜାତ ଶିଶୁମାନଙ୍କର ଏକୋଇସିଆ ଜନ୍ମଉତ୍ସବରେ କେକ୍କ କାଟି, ମହମବତୀ ଲିଭାଇ, ରେକଡ୍ ଡ୍ୟାନସ୍ କରି, ମଉଜ ମଜଳିସର ସହ ପାଳନ କରାଯାଉଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଗ୍ରାମରେ। ଅବସରପ୍ରାପ୍ତ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ନିଜର ନାତୁଣୀ ବଂଶିଦା ପ୍ରିୟଦର୍ଶିନୀ ଙ୍କର ଜନ୍ମଉତ୍ସବ କୁ ନିଆରା ଢ଼ଙ୍ଗରେ ପାଳନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଉପଲକ୍ଷେ ଗତ ରବିବାର ଦିନ ସନ୍ଧ୍ୟାରେ ନିଜ ବାସଭବନ ପରିସରରେ, କରମଳା ଆଶ୍ରମରୁ ଆସିଥିବା ଠାକୁର୍ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କ ଅନୁଗାମୀ ନୀଳମଣି ଦାସ ମହାରାଜ ଓ ପରମେଶ୍ବର ଦାସ ମହାରାଜ ଙ୍କ ପୌରହିତ୍ୟ ରେ ଭକ୍ତ ନାରାୟଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସତସଙ୍ଗ ରେ ଷୋଡଶ ଉପଚାର ପୂଜାର୍ଚ୍ଚନା, ଆରତୀ, ଭକ୍ତି ସଙ୍ଗୀତର ଆସର, ଆଧ୍ୟାତ୍ମିକ ତତ୍ତ୍ଵ ଦର୍ଶନ ଉପରେ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।
ଶିଶୁକନ୍ୟା ର ପିତା ବିକାଶ କୁମାର ବେହେରା ଓ ମାତା ପ୍ରାପ୍ତି ପରମିତା ନାୟକ ନବଜାତ ଶିଶୁ କୁ ପୂଜାମଣ୍ଡପ କୁ ଆଣିବା ପରେ ନାମକରଣ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଶିକ୍ଷକ ନରୋତ୍ତମ ଭୂୟାଁ , ଟହଲି ବିଶ୍ବାଳ , ନବୀନ କୁମାର ବିଶ୍ବାଳ, ସରୋଜ ବେହେରା , ପ୍ରକାଶ ଚନ୍ଦ୍ର ବେହେରା , ସନ୍ତୋଷ ବେହେରା , ଅନୁବାଳl ବେହେରା , ରାଜେଶ କୁମାର ବେହେରା, ସୁଜାତା ବେହେରା, ସଙ୍ଗୀତl ବେହେରା , ପ୍ରସନ୍ନ କୁମାର ମଲ୍ଲିକ ଙ୍କ ସମେତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କ ଭକ୍ତସମାଜ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ନାତୁଣୀ ର ଜନ୍ମଉତ୍ସବ କୂ ସତସଙ୍ଗ ମାଧ୍ୟମରେ ପାଳନ କରିଥିବାରୁ ମନୋଜ ସାର୍ ଙ୍କ ର ଏହି ଅଭିନବ ପ୍ରୟାସ କୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।
