ଯୁବମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦ: ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ରାଜ୍ୟ
Spread the love

ଝଙ୍କଡ଼, ୧୨/୦୧: ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱପ୍ରସିଦ୍ଧ ଦାର୍ଶନିକ ତଥା ସମାଜ ସଂସ୍କାରକ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସଭାପତି ତଥା ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱାମୀଜୀ ଥିଲେ ଯୁବମାନସର ପ୍ରତୀକ। ଏହି ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମେ ୧୯୮୫ ମସିହାରୁ ଜାନୁଆରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଇ ଆସୁଅଛି।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ଯୋଗଦେଇ ସ୍ୱାମୀଜୀଙ୍କ ଅମର ବାଣୀକୁ ମନେ ପକାଇଥିଲେ। “ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଜାଗ୍ରତ ରୁହ” ବୋଲି ସ୍ୱାମୀଜୀ ଯୁବସମାଜକୁ ଦେଇଥିବା ଆହ୍ୱାନକୁ ସେ ବର୍ଣ୍ଣନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣା ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ସ୍ୱାମୀଜୀଙ୍କ ଜୀବନାଦର୍ଶ ଓ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ମିନତୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *