କଟକ : ୪୨ ମୌଜା ସ୍ଥିତ ବଳିବାମନ ପୀଠ ରେ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ର ୨୦୧୨ ବ୍ୟାଚ ଛାତ୍ର ଙ୍କ ଦ୍ଵାରା ଏକ ବନ୍ଧୁ ମିଳନ ର ସମାରୋହ ଅତି ଆଡ଼ମ୍ବରପୂର୍ଣ୍ଣ ରେ ଆୟୋଜନ କରାଯାଇ ଥିଲା। ସବୁ ଛାତ୍ର ଛାତ୍ରୀ ମାନେ ନିଜ ନିଜର ବହୁ ମୂଲ୍ୟ ସମୟ ଦେଇ, ବହୁତ୍ ଆନନ୍ଦ ର ସହ ଆୟୋଜନ କୁ ଆଗେଇ ନେଇ ଥିଲେ । ସମସ୍ତଙ୍କ ଖୁସି ପାଇଁ ମ୍ୟୁଜିକ ଚେୟାର ଗୋଲି ଚାମଚ୍ ଆଦି ଖେଳ ର ମଧ୍ୟ ଆୟୋଜନ କରାଯାଇ ଥିଲା ଓ ବିଜେତା ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।
ଏଥିରେ ପ୍ରାୟ ୪୦ ଜଣ ଅଂଶ ଗ୍ରହଣ କରିଥିଲେ ,ଏହି ଆୟୋଜନ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ମୃତିରଞ୍ଜନ ବାରିକ, ଲିଟୁ ସେଠୀ,ହିମାଂଶୁ ବେହେରା,ପ୍ରତାପ ସେଠୀ, ମୁକେଶ ମୁଦୁଲି, ଜଗନ୍ନାଥ ମୁଦୁଲି, ବିଭୂତି ଭୂଷଣ ସାହୁ, ବିଶ୍ୱଜିତ୍ ପତି, ଶାମ ଭୋଇ, ଅନୁପ ବାରିକ, ମିର୍ଜା ସାଜିବ, ସୁଲେମାନ ଖାଁ, ଅନ୍ନପୂର୍ଣ୍ଣା ପତି, ସୁଭସ୍ମିତା ମୁଦୁଲି ଆଦି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ, ଶେଷରେ ସମସ୍ତେ ଭୋଜି ଖାଇ ଆନନ୍ଦ ରେ ଆୟୋଜନ ଟିକୁ ସମାପ୍ତ କରିଥିଲେ।
