ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ରାଜ୍ୟ
Spread the love

କଟକ ସଦର : ବୟାଳିଶ ମୌଜା ଅନ୍ତର୍ଗତ ଶ୍ରୀରାମ-ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପାରମ୍ଭରେ ବିଦ୍ୟାଳୟର ସମ୍ପାଦକ ରବୀନ୍ଦ୍ର କୁମାର ଦେବତା, ସହ ସମ୍ପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଂଜନ ତ୍ରିପାଠୀ ପ୍ରମୁଖ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ସମାଜ ସଂସ୍କାର ନିମନ୍ତେ ଯୁବ ସମାଜ ପ୍ରତି ତାଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଜାତୀୟ ଯୁବ ଦିବସରେ ପୂର୍ବତନ ଛାତ୍ର ବିନାୟକ ଦେବତା ଏବଂ ଅଭିଜିତ ଦାସ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ମହତ ଉଜ୍ବସିନୀ ବାଣୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜଣାଇଥିଲେ। କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *