0f08011d 06e5 40be A00e 9bc5da7df9ec

ବର୍ଷେ ନପୁରୁଣୁ ସଅଁରା – ସାରଳା ରାସ୍ତାଉପରୁ ପିଚୁ ଉଠିଲାଣି, ଉଭୟ ପାର୍ଶ୍ଵର ମାଟି ଫିଲିଙ୍ଗ ବି ଅଧାପନ୍ତୁରିଆ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରୁ ଜଗତସିଂହପୁର ଜିଲ୍ଲା ସଦର ମହକୁମାକୂ ସଂଯୋଗ ହୋଇଥିବା ସଅଁରା – ସାରଳା ରାସ୍ତା ର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ ଏକକୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କାମ ସରିବାର ମାତ୍ର ବର୍ଷେ ନପୁରୁଣୁ କେତେକ ସ୍ଥାନରେ ପିଚୁ ଉଠିଲାଣି। ଏହା ସହିତ ଗୋଡ଼ି ମଧ୍ୟ ଉଠିଯାଇ ଥିବରୁ ରାସ୍ତାର ମୋଡ ସ୍ଥାନ ମାନଙ୍କରେ ଛୋଟ ବଡ ଦୁର୍ଘଟଣା ମାନ ଘଟି ଚାଲିଚି। ସ୍ଥାନେ ସ୍ଥାନେ ରାସ୍ତା ରେ ଖାଲ ଖମା ହୋଇଥିବାର ମଧ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଏହି ୭ କିଲୋ ମିଟର ରାସ୍ତାର ଉଭୟ ପାର୍ଶ୍ଵରେ ଠିକାଦାର ସଂସ୍ଥା ତରଫରୁ ଠାଏ ଠାଏ ମାଟି ଫିଲିଙ୍ଗ କରାଯାଇନଥିବାରୁ ଲକ୍ଷ୍ମୀବସ, ଓ ଅନ୍ୟାନ୍ୟ ଗାଡି ମଟର ଯାତାୟତ ସମୟରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହେଉଛି।

ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି, ପ୍ରକଳ୍ପନିର୍ଦ୍ଦେଶକ ଓ ଜିଲ୍ଲା ପ୍ରଶାସନର ବଡ ବଡ ପଦାଧିକାରୀ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ, ରାସ୍ତାର ଦୂରାବସ୍ଥା କାହାରି ଦୃଷ୍ଟି କୁ ନଆସିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପର ପକ୍ଷରେ ଏହି ରାସ୍ତା ର ଉଭୟ ପାର୍ଶ୍ଵରେ ଆଲୋକି କରଣ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ ହୋଇପାରିନାହିଁ। ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନେ ଏହାର ସଠିକ୍ ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *