E0279bb1 1a23 484d B854 F112671a58dd

ସାରଦା ଏକାଡେମୀ ୧୯୭୪ ମାଟ୍ରିକ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ରାଜ୍ୟ
Spread the love

ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ବହୁପୁରାତନ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ର ୧୯୭୪ ମାଟ୍ରିକ ବ୍ୟାଚ , ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଏକାଡେମୀର ପୁରାତନ ଛାତ୍ର ସଂସଦ ର ସଭାପତି ଡଃ ଅମରେନ୍ଦ୍ରନାଥ ଦାସ ଙ୍କ ଅଧ୍ୟକ୍ଷତା ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ଦିନ ଏକାଡେମୀ ର ଐତିହ୍ୟ ପ୍ରାସାଦ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ମାଆ ସାରଳା ଙ୍କ ମାର୍ଜନା ଓ ପୂଜାର୍ଚ୍ଚନା କରାଯାଇ ଦୀପଦାନ କରାଯାଇଥିଲା । ପରେ ପରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ଦଶମ କ ଶ୍ରେଣୀ ର ଛାତ୍ରୀ ରୋଷନୀ ନାୟକ, ଦଶମ କ ର ଓମ୍ ପ୍ରକାଶ ଦାସ ଓ ଦଶମ ଗ ର ସସ୍ମିତା ସାହୁ ୧ମ, ୨ୟ ଓ ୩ ୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

A15fdf31 1faf 4707 Aefb E0c1a7083518

ଏହି ଉପଲକ୍ଷେ ଦୀର୍ଘ ୫୧ ବର୍ଷପରେ ପୁରାତନ ବିଦ୍ୟାର୍ଥୀ ମାନଙ୍କର ଏହି ଅପୂର୍ବ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ୮୦ ରୁ ଅଧିକ ସଂଖ୍ୟାରେ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ଆବାହକ ବିଜୟ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ ଅଭ୍ୟର୍ଥନା ଜଣାଇଥିଲେ । ଅନୁଷ୍ଠାନର ମୁଖ୍ୟଉପଦେଷ୍ଟା ଡଃ ଅମରେନ୍ଦ୍ରନାଥ ଦାସ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନଶିକ୍ଷକ ସମରେନ୍ଦ୍ର ସିଂହ, ଏକାଡେମୀର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ମହାନ୍ତି, ଶିକ୍ଷକ ମାନସ କୁମାର ପୃଷ୍ଟି , ଶିକ୍ଷୟତ୍ରୀ ଇତିପ୍ରଭା ମହାନ୍ତି ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କୁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା।

ଜୟନ୍ତୀ କମିଟି ର ସଭାପତି ଗୁରୁଚରଣ ବ୍ରହ୍ମ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ , ଉପ ସଭାପତି ଅଶୋକ କୁମାର ରାଉଳ, କ୍ଷୀରୋଦ କୁମାର ରାଉଳ ସମ୍ପାଦକ ସୁରେନ୍ଦ୍ର କୁମାର ନାଥ , ସହସଂପାଦିକା ବନ୍ଦନା ଦାସ ଓ କୋଷାଧ୍ୟକ୍ଷ ହେମନ୍ତ କୁମାର ସାହୁ ଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ରବିନାରାୟଣ ଚୌଧୁରୀ, ନିର୍ମଳ ମହାନ୍ତି , ଅକ୍ଷୟ ପରିଡ଼ା , ଜଗନ୍ନାଥ ମୁଦୁଲି, ବୁଲେଇ ଭୋଇ, ନାରାୟଣ ସାମଲ, ନିତ୍ୟାନନ୍ଦ ସାହୁ , ସୁନାକର ମହାନ୍ତି, ପ୍ରଭୂପ୍ରସାଦ ମହାନ୍ତି , ବୀର କିଶୋର ନାୟକ, ସୁଶୀଳା ବାଳl ସିଂହ , କମଳା ମହାନ୍ତି, ଉର୍ମିଳା ମହାନ୍ତି , କମଳା ନନ୍ଦୀ ମଣ୍ଡଳ, ବିଜୟଲକ୍ଷ୍ମୀ ମହାନ୍ତି ଓ ନାଦଶ୍ରୀ ସାହୁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ସଭାଆରମ୍ଭ ହେବା ମାତ୍ରେ ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ସହପାଠୀନୀ ଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ସ୍ମରଣିକା କୁ ନିମନ୍ତ୍ରିତ ଅତିଥି ଓ ଲେଖକ ଲେଖିକା ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଜୟନ୍ତି କମିଟି ପକ୍ଷରୁ ସମସ୍ତଙ୍କୁ ପିପିଲି ବ୍ୟାଗ ଓ କିଛି ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ଲକି ଡ୍ର ମାଧ୍ୟମରେ ସୁନ୍ଦର ସୁନ୍ଦର ଉପହାର ବିଜେତା ମାନଙ୍କୁ ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରଭୁ ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *