403ea19c 61b1 461d A9f7 A9086386388a

ବିରିତୋଳ ସାହାପୁର ନୂତନ ଇଦଗାହାରେ ଇଦ ଉଲ ଆଜହା ପାଳନ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅଧିନ ସାହାପୁର ଠାରେ ନୂତନ ଇଦଗାହା ରେ ପବିତ୍ର ଇଦ ଉଲ ଆଜହା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମବେତ ନମାଜ ପାଠ, ଥଣ୍ଡା ପାନୀୟ ବଣ୍ଟନ, ସହିତ ଆଲେଚନାଚକ୍ରରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ଓ ଇସଲାମ ଧର୍ମ ପ୍ରତି ବ୍ରତୀ ହେବାପାଇଁ ଆହ୍ଵାନ କରାଯାଇ ଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସେହେନ୍ସ l ବାବର୍ ଶେଖ୍, ମୂଜାଫର ଖାନ୍, ଅବଦୁଲ କାଦିର ଖାନ୍ , ମୂଜାୱାର ମଲ୍ଲିକ , ସାଇଲ ଖାନ୍ , ସୋହେଲ ଅଲ୍ଲୀ , ରହେମାନ ଖାନ୍ ଓ ହବିବ ଖାନ୍ ଙ୍କ ସମେତ ସମସ୍ତ ବସ୍ତି ବାସିନ୍ଦା ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରଷ୍ପର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମିଳନ ଓ ମିଷ୍ଟି ବଣ୍ଟନ କରାଯାଇ ସ୍ଥାନୀୟ ଅଞ୍ଚଳରେ ଭାଇଚାରା କୁ ମଧ୍ୟ ସୁଦୃଢ଼ କରାଯାଇଥିଲା ।

Leave a Reply

Your email address will not be published. Required fields are marked *