Yfy1unqvy0virewb3dk2

ଇରାନରେ ଫସି ରହିଛନ୍ତି ଶହ ଶହ ଭାରତୀୟ ଛାତ୍ର

ଦେଶବିଦେଶ
Spread the love

ତେହେରାନ: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ମଧ୍ୟରେ ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ ସଂକଟରେ ପଡ଼ିଯାଇଛି । ଜୀବନ ବଞ୍ଚାଇବା ପାଇଁ ସେମାନେ ସେମାନଙ୍କ ଆପାର୍ଟମେଣ୍ଟର ବେସମେଣ୍ଟରେ ଲୁଚି ରହିଛନ୍ତି। ଗୁଳି ଫୁଟିବାର ଶବ୍ଦ, ବୋମା ବିସ୍ଫୋରଣର ଶବ୍ଦ ମଧ୍ୟରେ ଛାତ୍ରମାନେ ଦିନରାତି ଭୟ ଓ ଆତଙ୍କରେ ରହୁଛନ୍ତି। ଏହି ଭୟଙ୍କର ପରିସ୍ଥିତିରେ, ଭାରତୀୟ ଛାତ୍ରମାନେ ଭାରତ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

କାଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ଇମତିସାଲ ମୋହିଦିନ ତେହେରାନର ସହିଦ ବେହେସ୍ତି ବିଶ୍ୱବିଦ୍ୟାଳୟରେ ତୃତୀୟ ବର୍ଷର ଏମବିବିଏସ ଛାତ୍ର। ସେ କହିଛନ୍ତି, ‘ମୁଁ ଶୁକ୍ରବାର ରାତି ସାଢେ ୨ଟା ରେ ଜୋରଦାର ବିସ୍ଫୋରଣ ଶବ୍ଦରେ ଉଠିଥିଲି। ମୁଁ ଭୟଭୀତ ହୋଇ ବେସମେଣ୍ଟକୁ ଦୌଡ଼ିଥିଲି। ସେବେଠାରୁ, ମୁଁ ଶାନ୍ତିରେ ଶୋଇ ପାରିଲି ନାହିଁ।’ ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଚାରିପାଖରେ ବିସ୍ଫୋରଣ ହେଉଛି ଏବଂ ମାତ୍ର ୫ କିଲୋମିଟର ଦୂରରେ ଗୋଟିଏ ବିସ୍ଫୋରଣ ହୋଇଥିଲା।

ସହିଦ ବେହେସ୍ତି ବିଶ୍ୱବିଦ୍ୟାଳୟରେ ୩୫୦ରୁ ଅଧିକ ଭାରତୀୟ ଛାତ୍ର ପଢୁଛନ୍ତି। ଏବେ ସମସ୍ତେ ଆତଙ୍କମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି। ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି ଏବଂ ଛାତ୍ରମାନଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଇମତିସାଲଙ୍କ ଅନୁସାରେ, “ଆମେ ଏବେ ସାରା ଦିନ ଆପାର୍ଟମେଣ୍ଟର ବେସମେଣ୍ଟରେ ଲୁଚି ରହୁଛୁ। ସାରା ରାତି ବୋମା ମାଡ଼ର ଶବ୍ଦ ଶୁଣାଯାଉଛି। ଆମେ ତିନି ଦିନ ଧରି ଆଖି ବନ୍ଦ କରିନାହୁଁ।”

Leave a Reply

Your email address will not be published. Required fields are marked *