ଜଗତସିଂହପୁର/ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ନିକଟସ୍ଥ ବଡସାରୋଳ ଗ୍ରାମର ତେର ନମ୍ବର ୱାର୍ଡ ବୈଷ୍ଣବ ସାହି ରେ ଦଶଟି ପରିବାରର ଲୋକମାନେ, ପ୍ରଶାସନର ଦୃଷ୍ଟିର ଆଢୁଆଳ ରେ ବହୁଦୁଃଖକଷ୍ଟ ଓ ସମସ୍ୟା ଭିତରେ କାଳl ତିପାତ କରୁଛନ୍ତି । ରାସ୍ତାଘାଟ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟାତ କ୍ଷେତ୍ରରେ ଏହି ବୈଷ୍ଣବସାହି ର ଅଧିବାସୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ପାଠ ପଢିବା ପାଇଁ କୁନି କୁନି ପିଲାମାନେ ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ଅଙ୍ଗନବାଡ଼ି ଓ ସ୍କୁଲ କୁ ଯାଇ ପାରୁନାହାଁନ୍ତି। ବିଶ୍ବମ୍ବରଘାଟ ପୋଲ ଠାରୁ ଏହି ସାହିକୁ ଯାଇଥିବା କେନାଲ ବନ୍ଧ ରାସ୍ତାର ଛକ ଉପରେ ଲାଗିଥିବା ଲାଇଟ୍ ପୋଷ୍ଟ ଟି ମଧ୍ୟ ଦୀର୍ଘ ମାସ ମାସ ଧରି ଅଚଳ ହୋଇ ପଡିରହିଥିବାରୁ ରାତିରେ ଛକଟି ଅନ୍ଧକାରମୟ ହେଉଥିବାରୁ ଯାତାୟାତ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି।

ତିର୍ତ୍ତୋଲ ବ୍ଲକ ପ୍ରଶାସନ ଓ ବିଶେଷ କରି କନକପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏହି ସମସ୍ତ ସମାସ୍ୟାର ଯଥାର୍ଥ ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୀର କିଶୋର ଦାସ , ଅନନ୍ତ ଚରଣ ଦାସ ସାଗର କୁମାର ଦାସ, ଅଜୟ କୁମାର ଦାସ, ନାରାୟଣ ଦାସ, ସୁଶାନ୍ତ ଦାସ, ସୌମ୍ୟ ରଞ୍ଜନ ଦାସ, ପ୍ରଫୁଲ୍ଲ ଦାସ, ଅମିତ୍ ଦାସ , ଅଜିତ ଦାସ ରବିନ୍ଦ୍ର ଦାସ ଓ ଗୀତା ଦାସ ପ୍ରମୁଖ ବସ୍ତି ବାସିନ୍ଦା ମାନେ ନିବେଦନ କରିଛନ୍ତି।
