ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠରେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରା ଉପଲକ୍ଷେ ପ୍ରାଚୀନ ପରମ୍ପରା କୁ ବଜାୟ ରଖିବା ପାଇଁ, ଏରଞ୍ଚ ଅଞ୍ଚଳର ବିଶିଷ୍ଟ ଖ୍ୟାତନାମା ପାଲାଗାୟକ କବିପ୍ରସାଦ ତରାଇ ଓ ସାଥୀ ମାନଙ୍କ ଦ୍ୱାରା ଗତ ଶୁକ୍ରବାର ସନ୍ଧ୍ୟାରେ କନକପୁର ସାରଳାହାଟ ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ପାଲା ପରିବେଷଣ କରାଯାଇଥିବା ବେଳେ ଶନିବାର ଦିନ ରଥ ମା ସାରଳା ଙ୍କ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ, ଏଠାରେ ମଧ୍ଯ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ରବିବାର ଦିନ ଏହି ପାଲା ସାଂସ୍କୃତିକ ଉତ୍ସବ ଉଦଯାପିତ ହେବ ବୋଲି, ଆୟୋଜକ ମା ସାରଳା ଜଗନ୍ନାଥ ପାଲା ପରିଷଦ ର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି। ତେବେ ଯୁବ ଗାୟକ୍ ଶ୍ରୀ ତରାଇ ଙ୍କ ପାଲା ପରିବେଷଣ ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗଧ କରିଡେଇଥିଲା। ଅପର ପକ୍ଷରେ ସଙ୍ଗୀତ ମାନଙ୍କର ସଙ୍ଗୀତ ଓ ହାସ୍ୟରସ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।
