D2daaf51 7ce8 4e67 9e76 B871ac5463f1

କନକ ପୁର ଶାସନ ବଢେଇସାହି ରାସ୍ତାରେ ଯମ ବି ପଶିବନି

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ,କନକପୁର ଗ୍ରାମ ପଞ୍ଚାୟତ ର କନକପୁର ଶାସନ ଗ୍ରାମ ର ବଢେଇସାହି ଗଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡଚଉରା ଛକ ପାଖରୁ ୧୨ ନମ୍ବର ସାରଳା କେନାଲ ର ଅରଡଙ୍ଗ ପୋଲ ପାଖକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମଧ୍ଯ ଖାଲ ଢିପ ରେ ପରିଣତ ହୋଇଥିବା ବେଳେ, ଲୋକନାଥ ବାରିକ ଘରଠାରୁ ବଢେଇ ସାହି ଗଳି ରାସ୍ତାର ଆରମ୍ଭ ରୁ କାଦୁଅ ଓ ପଚା ଦୁର୍ଗନ୍ଧ ପାଣି ଜମି ରହିଥିବାରୁ, ରୋଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ, ଅଙ୍ଗନବାଡ଼ି ଓ ସ୍କୁଲ ରେ ପଢୁଥିବା ପିଲାମାନେ ଆଦୌ ଯିବା ଆସିବା କରି ପାରୁନାହାଁନ୍ତି ।

ଗ୍ରାମବାସୀ ମାନେ ଏ ସମ୍ପର୍କରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ତିର୍ତ୍ତୋଲ ବିଧାୟକ ଙ୍କ ନିକଟରେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ। ତିର୍ତ୍ତୋଲ ବ୍ଲକ ବିଡିଓ, ବିଭାଗୀୟ ଯନ୍ତ୍ରୀ ଙ୍କ ଦ୍ଵାରା ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀମାନେ ନିବେଦନ କରିଅଛନ୍ତି। ଏହି ସାହିର ଅଧିବାସୀ ତଥା ପୂର୍ବତନ ସରପଞ୍ଚ ବିଜୟ ନାୟକ ପଚାରିବାରୁ ସେ କହିଲେ ଯେ ଏଇ ରାସ୍ତାର ଶୋଚନୀୟ ଅବସ୍ଥା ବିଷୟରେ ମୁଁ ବିଧାୟକ ଙ୍କ ଦୃଷ୍ଟି କୁ ଆଣି ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ।

Leave a Reply

Your email address will not be published. Required fields are marked *