ଜଗତସିଂହପୁର/ଝଙ୍କଡ଼ : ପବିତ୍ର ବାହୁଡା଼ ଦଶମୀ ତିଥିରେ, ମାଳିକା ବର୍ଣ୍ଣିତ ପ୍ରାଚୀନ ଶୈବ ପୀଠ ସଅଁରା ପଞ୍ଚାୟତ ଅଧୀନ ବରୁଣପଡା ଗ୍ରାମରେ ବାବା ଘଣ୍ଟେଶ୍ୱର ମହାଦେବ ଙ୍କ ନିର୍ମାଣାଧୀନ ଭବ୍ୟ ମନ୍ଦିରର ରତ୍ନମୁଡ ସ୍ଥାପନ ବୈଦିକ ରୀତିନୀତି ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ତିତ ଧ୍ରୁବ ଚରଣ ଶତପଥୀ, ରମାକାନ୍ତ ପଣ୍ଡା, ଶୁଭାଶିଷ ଦାଶ , ବିଧୁଭୂଷଣ ଦ୍ବିବେଦୀ ଓ ବିଶ୍ଵନାଥ ମିଶ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହେଇଥିବା ବେଳେ ଲୋକନାଥ ମିଶ୍ର ସପତ୍ନିକ କର୍ତ୍ତା ଓ କର୍ତ୍ତ୍ରୀ ଭାବରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସର ରେ ଶିଳ୍ପୀ କାହ୍ନୁ ଚରଣ ବେହେରା ରତ୍ନମୁଡ ସ୍ଥାପନ ନିତି ସମ୍ପାଦନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବରୁଣପଡା ତଥା ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
