Dhar

ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ। ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା। ଏହା ‘ସମ୍ବିଧାନ ବଞ୍ଚାଅ’ ନୁହେଁ ବରଂ ‘ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଞ୍ଚାଅ’ର ସମାବେଶ ଥିଲା। ଓଡ଼ିଶାରେ ବିଜେପି ସରକାର ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି। ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ରାଜ୍ୟର ଗରିବ, ଦଳିତ, ଜନଜାତି, ଚାଷୀ ଏବଂ ଶ୍ରମିକମାନେ ଦଶନ୍ଧି ପୂର୍ବରୁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରି ପରିସ୍ଥିତିରେ, ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ। କଂଗ୍ରେସ ସର୍ବଦା ଗରିବ ଏବଂ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିଆସିଛି। କଂଗ୍ରେସ ସରକାର ଦ୍ୱାରା ଦିଲ୍ଲୀରୁ ପଠାଯାଉଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ୍ କରାଯାଉଥିଲା। ଏସସି, ଏସଟି ଏବଂ ପଛୁଆ ବର୍ଗର ଅଧିକାର ଅପେକ୍ଷା ସେମାନଙ୍କ ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା। ସ୍ପଷ୍ଟ ଶବ୍ଦରେ କୁହାଯାଇପାରିବ ଯେ, ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ।

ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଦଳ ବଡ ପରାଜୟର ସାମ୍ନା କରିଛି। ଏହାପରେ ବି ଲୋକମତକୁ ସମ୍ମାନ ନ ଦେଇ ରାହୁଲ ଗାନ୍ଧୀ ଏବଂ ଖଡଗେ ସେମାନଙ୍କ ପରାଜୟ ପାଇଁ ନିର୍ବାଚନ କମିସନ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦାୟୀ କରୁଛନ୍ତି। ଗଣତନ୍ତ୍ରର କଣ୍ଠରୋଧ ସହ ସମ୍ବିଧାନକୁ କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ସେହି କଂଗ୍ରେସ ଦଳ ସମ୍ବିଧାନକୁ ବଞ୍ଚାଇବାର ଅପପ୍ରଚାର କରୁଛି, ଯାହା ଆଶ୍ଚର୍ଯ୍ୟର ବିଷୟ। ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି। ବାରମ୍ବାର ନିର୍ବାଚନ ପରାଜୟ ପରେ ବିହାରର ଆଗାମୀ ନିର୍ବାଚନରେ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁଣି ଥରେ ‘ଭୋଟ ଚୋରି’ର ନୂଆ ସ୍ଲୋଗାନ ଆରମ୍ଭ କରିଛି। ଓଡ଼ିଶା ସମେତ ଦେଶର ଜନତା ଏବେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଚାଲ୍ ଏବଂ ଛଳନାକୁ ଚିହ୍ନି ପାରିଛନ୍ତି। ଭବିଷ୍ୟତରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ଲୋକମାନେ ଏପରି ଜନବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି ସେ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *