2 176 1753347880867

ମଙ୍ଗଳ ଗ୍ରହରେ ଶୈବାଳ ବିକଶିତ : ବଢିଲା ଜୀବନ ବସତିର ଆଶା

ଦେଶବିଦେଶ
Spread the love

ନୂଆଦିଲ୍ଲୀ ୨୪।୦୭; ସ୍ଥାୟୀ ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ପଦକ୍ଷପ ଭାବରେ, ଗବେଷକମାନେ ବୈବ ବିଘଟନଶୀଳ ବାୟୋଫ୍ଲାଷ୍ଟିକ ଭିତରେ ଏକ ଶୈବାଳକୁ ସଫଳତାର ସହିତ ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ ପଲିଲାକ୍ଟିକ୍‌ ଏସିଡ୍‌ରେ ତିଆରି ସାମଗ୍ରୀ କେତେ ଭଲ ଭାବରେ ବାସଯୋଗ୍ୟ ହୋଇପାରିବ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା ।

ମଙ୍ଗଳରେ ବସତି ସ୍ଥାପନ ପରେ ପୃଥିବୀରୁ ବାରମ୍ଵାର ସମ୍ଵଳ ପଠାଇବାର ବ୍ୟୟବହୁଳ ଯୋଗାଣ ପ୍ରକ୍ରିୟା ପରିବର୍ତ୍ତେ ଏକ ସ୍ଵୟଂସଂମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀ ସମ୍ଵଳିତ ଆତ୍ମନିର୍ଭରଶୀଳ ବାସସ୍ଥାନ ବିକାଶ ଦିଗରେ ଏହି ପରୀକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ଫଳାଫଳ ଆଣିଛି ।  ହାର୍ଭାର୍ଡ ବିଶ୍ଵବିଦ୍ୟାଳୟର ରବିନ୍‌ ୱାର୍ଡସୱେଥ୍‌ଙ୍କ ନେତୃତ୍ଵରେ ଏକ ଗବେଷକ ଦଳ ପ୍ରଦର୍ଶନ କରିଛନ୍ତି ଯେ ମଙ୍ଗଳ ଗ୍ରହର ପତଳା ଅଙ୍ଗାରକାମ୍ଳ ସମୃଦ୍ଧ ବାୟୁମଣ୍ଡଳ ସଦୃଶ  ଚାମ୍ଵର ଭିତରେ ସବୁଜ ଶୈବାଳ ଡୁନାଲିଏଲା ଟେର୍ଟିଓଲେକ୍ଟା ବଞ୍ଚି ରହିପାରିବା ସହ ଆଲୋକ ସଂଶ୍ଲେଷଣ ମଧ୍ୟ କରିପାରୁଛୁ ।

ଗବେଷକମାନଙ୍କ କହିବାନୁଯାୟୀ ମହାକାଶରେ ପୁନଃଚକ୍ରଣ କିମ୍ଵା ପରିବହନ କରିବା କଷ୍ଟକର ହେଉଥିବା ପାରମ୍ପାରିକ ଶିଳ୍ପ ସାମଗ୍ରୀ ତୁଳନାରେ ବାୟୋପ୍ଲାଷ୍ଟିକ ଅଧିକ ସୁବିଧା ପ୍ରଦାନ କରେ । ପ୍ରାକୃତିକ ଉତ୍ସରୁ ପଲିଲାକ୍ଟିକ୍‌ ଏସିଡ୍‌ ମିଳୁଥିବାରୁ ତାହାକୁ ସମ୍ଭାବ୍ୟ ସ୍ଥାନରେ ଶୈବାଳ ବ୍ୟବହାର ପୂର୍ବକ ଉତ୍ପାଦନ କରାଯାଇପାରିବ। ବାୟୋପ୍ଲାଷ୍ଟୁକ୍‌ରେ ଗଠିତ ଏକ ବାସସ୍ଥାନ ଭିତରେ ଶୈବାଳ ବୃଦ୍ଧି କରିଥିଲେ ସେହି ଶୈବାଳ ଅଧିକ ଜୈବପ୍ଲାଷ୍ଟିକ ଉତ୍ପାଦନ କରିପାରିବ ବୋଲି ୱାର୍ଡସୱର୍ଥ ଉଲ୍ଲେଖ କରିଛନ୍ତି।ଏହି ସଫଳତା ପୃଥିବୀ ବାହାରେ ଜୀବନ ନିର୍ବାହ ପାଇଁ ଜୈବିକ ପ୍ରକ୍ରିୟାରୁ ପ୍ରାପ୍ତ ସାମଗ୍ରୀ ବ୍ୟବହରର ସମ୍ଭାବନାକୁ ଦୃଢ କରିଛି।

Leave a Reply

Your email address will not be published. Required fields are marked *