4bf9b7ab 6b71 4c77 Aeaa C29cb98c03a9

ପାର୍ବତୀ ନୋଡାଲ ବିଦ୍ୟାପୀଠରେ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ରାଜ୍ୟ
Spread the love

କଟକ ସଦର: ପାର୍ବତୀ ନୋଡାଲ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀ କମିଟି (ଆଲୁମୁନି) ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।

ଆଲୁମୁନି କମିଟିର ସଭାପତି ଶ୍ରୀ ଅଶୋକ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଧିବାମନପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୋଚ୍ଛାୟତ ଏବଂ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ପ୍ରଭାତ ଦେବତା ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିଶିବନ୍ୟା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ, ଚଳିତ ବର୍ଷ ବିଦ୍ୟାଳୟର ସର୍ବୋଚ୍ଚ ୫୬୦ ମାର୍କ ରଖି କଟକ ସଦର ଟପ୍ପର ହୋଇଥିବା ଛାତ୍ରୀ ଜ୍ୟୋତିର୍ମୟୀ ପଲାଇଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷର ସଫଳତା ପାଇଁ ବିଦ୍ୟାଳୟଟି ୪୨-ମୌଜା ଅଞ୍ଚଳରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛି।

କମିଟିର ଉପସଭାପତି ଶ୍ରୀ ବିଜୟ ଦେବତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କମିଟି ସଭ୍ୟ ଶ୍ରୀ ସୁଧାକର ଦେବତା ଓ ଶ୍ରୀ ପର୍ଶୁରାମ ବେହେରା ସଭା ପରିଚାଳନା ଓ ବ୍ୟବସ୍ଥାପନାର ଦାୟିତ୍ୱ ତୁଲାଇଥିଲେ।

ଏହି ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯଥା— ଶ୍ରୀ ନାରାୟଣ ସ୍ୱାଇଁ, ପ୍ରମୋଦ କୁମାର ମହାପାତ୍ର, ସନ୍ତୋଷ ବେହେରା, ଉପେନ୍ଦ୍ର ତ୍ରିପାଠୀ, ଦୀପକ ଆଚାର୍ଯ୍ୟ, ରବୀନ୍ଦ୍ର ଦେବତା, ବିଜୟ ସ୍ୱାଇଁ, ସୁମିତା ଦେବତା, ତ୍ରିନାଥ ମହାନ୍ତି, ପଦ୍ମନାଭ ଗୋଚ୍ଛାୟତ, ପ୍ରଭାତ ତ୍ରିପାଠୀ, ଆର୍ତ୍ତଭଞ୍ଜନ ସାହୁ, ଜଗନ୍ନାଥ ନାୟକ, କରୁଣାକର ସ୍ୱାଇଁ, ବିଶ୍ୱଜିତ୍ ସ୍ୱାଇଁ, ସଞ୍ଜୟ ସେଠୀ, ସୂର୍ଯ୍ୟକାନ୍ତ ନନ୍ଦ, ପ୍ରଭଞ୍ଜନ ସ୍ୱାଇଁ ତଥା ଏସଏମସି ସଭ୍ୟା ଶ୍ରୀମତୀ ସୁନୀତା ପଣ୍ଡା ଓ ସଭ୍ୟ ଶ୍ରୀ ମୁରଲୀଧର ପୂଜାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ଅଶୋକ କୁମାର ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *