ବୟାଳିଶମୌଜା : କଟକ ସଦର ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ନିଜର କର୍ମ ଦକ୍ଷତା ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। ଏ ନେଇ ୪୨ ମୌଜା ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି।
ଏଥିରେ ସୁକାନ୍ତ କୁମାର ବେଉରା, ଅନିଲ ଦାସ, ନିରଞ୍ଜନ ଆଚାର୍ଯ୍ୟ, ବିଶ୍ୱରଞ୍ଜନ ଦାସ, ଅଶୋକ ପତି, ଶିବାନୀ ମୁଦୁଲି ଓ ଦିପକ ଆଚାର୍ଯ୍ୟ ପ୍ରମୁଖ ପତ୍ରପତ୍ରିକାର ପ୍ରତିନିଧିମାନେ ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।
