Capture 81

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ରାଜ୍ୟ
Spread the love

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି  । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସରେ  ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ନଦୀବନ୍ଧର ଆଶ୍ରୟ ନେଇଛନ୍ତି। ବିଶେଷକରି ବୈତରଣୀ ନଦୀ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ବୋଡକଠାରେ କୂଳ ଲଘିଂବାରୁ ୧କିମି ରାସ୍ତା ଧୋଇ ନେଇଛି। ତାହାସହ ଆରଡି ବସଷ୍ଟାଣ୍ଡ ନିକଟ ପାନ୍ଥନିବାସ ପାଖରେ ଜାତୀୟ ରାଜପଥର କଲର୍ଭଟ ଦବିଯିବାରୁ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ  ବ୍ଲକର ତଳିଆ ଅଞ୍ଚଳରେ ବିପନ୍ନଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି। ସେହିପରି ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳବନ୍ଦୀ ହୋଇ ରହିଥିବା ବିପନ୍ନମାନଙ୍କ ପାଇଁ ରନ୍ଧାଖାଦ୍ୟ ପାଣି ଛାଡିବା ଯାଏଁ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ।

Leave a Reply

Your email address will not be published. Required fields are marked *