ହିନ୍ଦୀ ଭାଷାକୁ ନେଇ ଅଶ୍ଵିନଙ୍କ ବଡ଼ ବୟାନ 1 1068x601

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ଦେଶବିଦେଶ
Spread the love

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬  ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଞ୍ଚଳରେ ନକଲି ଡିଇଏଫ ବିକ୍ରୟ ହେଉଥିବା ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ବିଶ୍ୱସ୍ତ  ସୁତ୍ରରୁ ଖବର ପାଇଥିଲେ। ଉପନିରୀକ୍ଷକ ସଞ୍ଜୟ ପରିଡା ଓ ଅନ୍ୟ ଥାନା କର୍ମଚାରୀଙ୍କୁ ନେଇ ୧୬ ନମ୍ବର ଜାତୀୟ ରାଜପଥ କଡ ବେଣ୍ଟ ଛକରେ ଏକ ଡିଇଏଫ ବିକ୍ରୟ କେନ୍ଦ୍ରରେ ଚଢାଉ କରି ନକଲି ଡିଇଏଫ ଅଭିଯୋଗରେ ୧୮୦ ଲିଟର ଡିଇଏଫ ଜବତ କରିଥିବା ଜଣାପଡିଛି। ନକଲି ଡିଇଏଫ ବିକ୍ରି କରୁଥିବା  ଅଭିଯୋଗରେ ବେଣ୍ଟ ଗ୍ରାମର କେଦାରନାଥ ଦାସକୁ ଅଟଳ ରଖି ପଚରା ଉଚୁରା କରିବା ସହ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *