କଟକ ସଦର, ୭/୯: ଏନ୍ଏନ୍ଏସ୍: ରାଜ୍ୟର ଅଗ୍ରଣୀ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା ସହ ଚାରା ରୋପଣ ଓ ବଣ୍ଟନ,ବାଳାଶ୍ରମ ଓ ବୃଦ୍ଧାଶ୍ରମ ମାନଙ୍କରେ ସେବା କାର୍ଯ୍ୟ,ରୋଗୀ ସେବା,ରକ୍ତଦାନ ମହାସେବା, ଜଳଛତ୍ର,ଶିକ୍ଷାଦାନ,ପାଠାଗାର ପ୍ରତିଷ୍ଠା,ପୂଜ୍ୟପୂଜା ସହ ପ୍ରତିଭା ସମ୍ମାନ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସାଲେପୁର ବ୍ଲକ୍ ଉପକଣ୍ଠ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା
ଦିବଂଗତ ସଂଯୁକ୍ତା ଦେବୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ତାଙ୍କ ମହାନ୍ ଆଦର୍ଶ ପରିବାର ପକ୍ଷରୁ ତାଙ୍କ ଦୁଇ ସୁପୁତ୍ର ସମାଜସେବୀ ଇଂ.ବସନ୍ତ କୁମାର ରାଉତ ଓ ସମାଜସେବୀ ସନ୍ତୋଷ କୁମାର ରାଉତ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ନାମରେ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରି ବିଶେଷ କରି କଟକ ସଦର,୪୨ ମୌଜା,କନ୍ଦରପୁର ଏବଂ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ବହୁବିଧ ସେବାକାର୍ଯ୍ୟ କରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି । ଟ୍ରଷ୍ଟର ଏହି ସଫଳତା ନେଇ ଜାତୀୟ ଏବଂ ରାଜ୍ଯ ସ୍ତରୀୟ ବହୁ ସମ୍ବର୍ଧନା ଲାଭ କରିଛି ।
