ଜନ୍ମମାଟିରେ ଗୁରୁ ଗଙ୍ଗାଧର ସାହୁଙ୍କ ସ୍ମୁତି ଉତ୍ସବ ଓ ସମ୍ବର୍ଦ୍ଧନା ସଭା

କଟକ ରାଜ୍ୟ
Spread the love

ମାହାଙ୍ଗା, ୮ /୧୨: ବିଶିଷ୍ଟ ସଂକୀର୍ତ୍ତନ ଗୁରୁ, ଖ୍ୟାତନାମା ଅଭିନେତା, ସଂଗୀତ ନିର୍ଦ୍ଦେଶକ ଗୁରୁ ଗଙ୍ଗାଧର ସାହୁଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସମାରୋହ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଯଶସ୍ବୀ ସଂସ୍କୃତିପ୍ରେମୀ ଗୁରୁ ଗଙ୍ଗାଧର ସାହୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ, ଧୂପ ଦୀପ,ଫୁଲ ଚନ୍ଦନ ଦେଇ ଗୁରୁଙ୍କୁ ଭକ୍ତିଅର୍ଘ୍ୟ ସମର୍ପଣ କରିଥିଲେ l ସଂକୀର୍ତ୍ତନ ଗାୟକ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ବାନା ବଟେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଗୁରୁ ଗଙ୍ଗାଧରଙ୍କ ଅମ୍ଲାନ ସ୍ମୁତିରେ ହରିନାମ ଓ ଭଜନ ପରିବେଷଣ କରାଯାଇଥିଲା l ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁଙ୍କ ଜନ୍ମମାଟିରେ ଆୟୋଜିତ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଗଙ୍ଗାଧରଙ୍କ ଜୀବନର ଆଧ୍ୟାତ୍ମିକ ଉତ୍ତୋରଣ ହିଁ’ ଆମ ମାଟିର ମହକ ବୋଲି କହିଥିଲେ l ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ସଂଗୀତକାର ଲକ୍ଷ୍ମୀ ନାରାୟଣ ପୁରୋହିତ, କବି ପ୍ରଶାନ୍ତ କୁମାର କର,କଣ୍ଠଶିଳ୍ପୀ ନାରାୟଣ କର,ସଂସ୍କୃତି ପ୍ରେମୀ ଚନ୍ଦ୍ରଭାନୁ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ଖ୍ୟାତନାମା ପୁରୁଷଙ୍କ ଧାର୍ମିୟ ଓ ସାଂସ୍କୃତିକ ଜୀବନୀ ଉପରେ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଶିଷ୍ଟ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁ ଗଙ୍ଗାଧରଙ୍କ ଜୀବନର ଆଧ୍ୟାତ୍ମିକ ଦିଗ ଆଜିର ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ପୋଷଣ କରିଥିଲେ l ସ୍ମୁତି ସଭାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ତବଲା ବାଦକ ତଥା ସଂଗୀତପ୍ରେମୀ ଶଙ୍କର୍ଷଣ ସାହୁ,ଗ୍ରାମର ମୁରବୀ ଅନନ୍ତ କିଶୋର ସାହୁ, ସୁଧୀର ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ଭାଗ୍ୟଧର ମହାନ୍ତି,ରବୀନ୍ଦ୍ର ପୃଷ୍ଟି, ସୁଦାମ ପଲେଇ,ଗଣେଶ ବେହାରୀ,ହୃଷିକେଶ ବେହେରା,ପ୍ରଶାନ୍ତ ସାହୁ,ଭୀମସେନ ବିହାରୀ,ପରମାନନ୍ଦ ମହାନ୍ତି,କାର୍ତ୍ତିକ ବିହାରୀ,ନିରୋଦ ସାହୁ, ଯୋଗେନ୍ଦ୍ର ସାହୁ,ଅଭିମନ୍ୟୁ ସାହୁ,ବିମ୍ବାଧର ସାହୁ, ନିରଞ୍ଜନ ମୁଦୁଲି,ନଙ୍ଗୁଳି ବିହାରୀ, ଭ୍ରମରବର ସାହୁ,ରଂଜିତ ଦାସ,ବିଜୟ ପୃଷ୍ଟି,ଗୌତମ ପୃଷ୍ଟି, ଚାରୁଲତା ସାହୁ,ପୁଷ୍ପଲତା ସାହୁ, କନକଲତା ସାହୁ, ପ୍ରେମଳତା ସାହୁ,ନବ କିଶୋର ଦାସ, ବିଜୟ ଦାଶ, ଧନେଶ୍ୱର ସାହୁ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ l ବହୁ ବୁଦ୍ଧିଜୀବୀ, ସଂଗୀତ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *