ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବ୍ୟବସାୟ ସମ୍ପର୍କରେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ

ରାଜ୍ୟ
Spread the love

ଓ୍ବାଶିଂଟନ,୧୦/୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବ୍ୟବସାୟ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଏନେଇ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ବାଭାବିକ ଅଂଶୀଦାର। ମୁଁ ନିଶ୍ଚିତ ଯେ, ଆମର ବାଣିଜ୍ୟ ସମ୍ପର୍କିତ ଆଲୋଚନା ଭାରତ-ଆମେରିକା ସହଭାଗୀର ଅପାର ସମ୍ଭାବନାକୁ ମୁକ୍ତ କରିବାର ପଥ ପ୍ରଶସ୍ତ କରିବ। ଆମର ଦଳଗୁଡ଼ିକ ଏହି ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ କାମ କରୁଛନ୍ତି। ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି। ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଏକାଠି କାମ କରିବୁ।

ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ କହିଥିଲେ, ସେ ବିଶ୍ୱାସ କରନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନାର ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ସେ ଖୁବ ଶୀଘ୍ର ତାଙ୍କର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ। ଏହାକୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିର ଏକ ସଙ୍କେତ ଭାବରେ ଦେଖାଯାଉଛି। ‘ଟ୍ରୁଥ ସୋସିଆଲ’ରେ ଏକ ପୋଷ୍ଟରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି, ସେ ଏହା ଜଣାଇ ଖୁସି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ଥିବା ବାଧାଗୁଡ଼ିକୁ ଦୂର କରିବା ପାଇଁ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *