ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ଵାମୀକୁ ଆଜୀବନ କାରାଦଣ୍ଡ

ଅପରାଧ ଜିଲା ଖବର ଦେବଗଡ଼ ରାଜ୍ୟ
Spread the love

ଦେବଗଡ଼,୨୫/୯: ୨୦୧୮ରେ କୁଣ୍ଢେଇଗୋଳା ଥାନାଚଂଳର ସିଆରିମାଳିଆ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଆଜି ଜିଲ୍ଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ୱାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟେ ତାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୪-ଖ ଅନ୍ତର୍ଗତ ଅପରାଧ ପାଇଁ ତାଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କ୍ଷ ଜୋରିମାନା ଅନାଦାୟେ ତାଙ୍କୁ ୩ ମାସ ସଶ୍ରମ କାରାଦଣ୍ଡା ଦେଶ ଦେଇଥିବା ଜଣାପଡିଛି। ତେବେ ଏହି ମାମଲାରୁ ଅଭିଯୁକ୍ତ ଶାଶୁ ଏବଂ ଶ୍ୱଶୁରଙ୍କୁ ପ୍ରମାଣ ଅଭାବରେ ନିର୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୭ ଏପ୍ରିଲ ୧୯ ତାରିଖ ଦିନ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମର ଲକ୍ଷ୍ମଣ ସାହୁଙ୍କ ଝିଅ ରଶ୍ମିତା ସାହୁଙ୍କ ମଲାରବାହାଳ ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ଯୋଗେଶ୍ୱରଙ୍କ ସହିତ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ରଶ୍ମିତାକୁ ଅଭିଯୁକ୍ତ ସ୍ଵାମୀ ଯୋଗେଶ୍ୱର ସହ ଶାଶୁ ଶ୍ବଶୁର ମାନସିକ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ୨୦୧୮ ଜୁଲାଇ ୧୭ରେ ହତ୍ୟା କରିଥିବା ନେଇ କୁଣ୍ଢେଇଗୋଳା ଥାନାରେ ମୃତ ରଶ୍ମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। କୁଣ୍ଢେଇଗୋଳା ଥାନାର ତତ୍କାଳୀନ ଇନସପେକ୍ଟର ରତ୍ନାକର ମଲ୍ଲିକ ଏବଂ ଏସଆଇ ବବିତା ଦେହୁରୀ ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ। ସରକାରଙ୍କ ତରଫରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ଯୋଗେଶ୍ୱର ପାତ୍ର ମାମଲାର ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *