ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାଜଘାଟରେ ପହଞ୍ଚିଥିଲେ। ସେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀ। 

ତେବେ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ। ସେ ଲେଖିଥିଲେ ଯେ, “ଗାନ୍ଧୀ ଜୟନ୍ତୀ ହେଉଛି ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକ ଦିନ, ଯାହାଙ୍କ ଆଦର୍ଶ ମାନବ ଇତିହାସର ଗତିପଥକୁ ବଦଳାଇ ଦେଇଥିଲା। ସେ ଦେଖାଇଥିଲେ ଯେ, ସାହସ ଏବଂ ସରଳତା କିପରି ମହାନ ପରିବର୍ତ୍ତନର ଉପକରଣ ହୋଇପାରେ। ଏକ ବିକାଶିତ ଭାରତ ଗଠନ ପାଇଁ ଆମେ ତାଙ୍କ ପଥ ଅନୁସରଣ କରି ଆଗକୁ ବଢ଼ିବୁ।” .

Leave a Reply

Your email address will not be published. Required fields are marked *