ଭସାଣବେଳେ ଗୋଷ୍ଠୀ ସଂଘର୍ଷ: ଡିସିପି ସମେତ ୬ ଜଣ ଗୁରୁତର

ଅପରାଧ କଟକ ଜିଲା ଖବର ରାଜ୍ୟ
Spread the love

କଟକ,୪/୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହତ ହୋଇଛନ୍ତି। ଢେଲାମାଡ଼ରେ ଡିସିପିଙ୍କ ଆଖିପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଛି। ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଗୀତ ବଜାଇବାକୁ ବିରୋଧ କରି ଢେଲାମାଡ଼ କରାଯାଇଥିବା ସୂଚନାରୁ ଜଣାପଡ଼ିଛି। ତେବେ ସୁରକ୍ଷା ପାଇଁ ରାପିଡ୍‌ ଆକ୍ସନ ଫୋର୍ସ ଓ ସିଆରପିଏଫ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଦେବୀଗଡ଼ା ଅଭିମୁଖେ ଯାଉଥିବା ମେଢ଼ଗୁଡ଼ିକ ରାସ୍ତାରେ ଅଟକି ରହିଛନ୍ତି।

Leave a Reply

Your email address will not be published. Required fields are marked *