ସ୍ଥପତି ଖଗେଶ୍ୱର ରାଉତରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ

ରାଜ୍ୟ
Spread the love

ମାହାଙ୍ଗା  : ମୂଳବସନ୍ତ ଗ୍ରାମ ପଞ୍ଚାୟତ ସିପୁରା ଗ୍ରାମର ସୁନାମଧନ୍ୟ ସ୍ଥପତି ତଥା ଗ୍ରାମର ମୁରବୀ, ସମାଜସେବୀ ଖଗେଶ୍ୱର ରାଉତରାୟଙ୍କ ପ୍ରଥମ ବାର୍ଷିକ ସ୍ମୁତି ଉତ୍ସବ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ କବି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ କେଦାର ରାଉତରାୟ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ସୁବାସ ଚନ୍ଦ୍ର ରାଉତରାୟ,ଉପେନ୍ଦ୍ର ରାଉତରାୟ,ନରେନ୍ଦ୍ର ରାଉତରାୟ,ଶୁକଦେବ ରାଉତରାୟ,ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ,ଜିତେନ୍ ସିଂ, ମହେନ୍ଦ୍ର ସିଂ,ପାଣ୍ଡଵ ମାହୁନ୍ତ,ପ୍ରତାପ ରାଉତରାୟ, ଶ୍ରୀନିବାସ ରାଉତରାୟ, ଚିତ୍ତରଞ୍ଜନ ନାୟକ,ସୁଶୀଲ ରାଉତରାୟ, ସନ୍ଦୀପ ରାଉତରାୟ,ସୁନୀଲ ମନୋହର ରାଉତରାୟ,ସୁଜିତ ମନୋହର ରାଉତରାୟ,ଦିଲୀପ ରାଉତରାୟ,ଦେବପ୍ରିୟ ଅଶୋକ ରାଉତରାୟ, ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସନ୍ଦିତା, ସ୍ନେହଲତା,ଅମର ଓ ଅଶୋକ ପ୍ରମୁଖ ଏହି ସ୍ମୁତି ଉତ୍ସବକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *