ମାହାଙ୍ଗା : ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ଆକରପଡ଼ାସ୍ଥିତ ସୁନନ୍ଦା ମଣ୍ଡପ ପରିସରରେ ଧର୍ମପ୍ରାଣା ଶତାୟୁ ମହିଳା ରୁକ୍ମଣୀ ସମନ୍ତରାୟଙ୍କ ଏକାଦଶାହ ତିଥିରେ ଏକ ଭାବପୂର୍ଣ୍ଣ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗୀୟା ରୁକ୍ମଣୀ ଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସ୍ୱର୍ଗୀୟା ରୁକ୍ମଣୀ ଦେବୀ ଜଣେ ଆଦର୍ଶ ଗୃହିଣୀ, ମେଳାପୀ, ମିଷ୍ଟଭାଷୀ ଏବଂ ଆଧ୍ୟାତ୍ମିକବାଦୀ ମହିଳା ଭାବେ ଅଞ୍ଚଳରେ ବେଶ୍ ସୁପରିଚିତ ଥିଲେ। ତାଙ୍କର ଜୀବନଶୈଳୀ ଓ ମାନବିକ ଗୁଣାବଳୀ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ବୋଲି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ସ୍ମୃତି ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ସାହିତ୍ୟିକ ପ୍ରାଧ୍ୟାପକ ଯତୀନ୍ଦ୍ର ନାଥ ରାଉତ, ସାମ୍ବାଦିକ ଭକ୍ତ ଚରଣ ସାହୁ, ଅଧ୍ୟାପକ ସଂଗ୍ରାମ କେଶରୀ ବଳ, ସମାଜସେବୀ ମଧୁସୂଦନ ଦାସ, ପରିବେଶବିତ୍ ପ୍ରତାପ ବୀରବର ଶ୍ରୀଚନ୍ଦନ ପୃଷ୍ଟି ଏବଂ ସାମ୍ବାଦିକ ପ୍ରକାଶ ସାମଲ ପ୍ରମୁଖ ଯୋଗ ଦେଇଥିଲେ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ନୃସିଂହ ଚରଣ ମଲ୍ଲିକ, ସାମ୍ବାଦିକ ପ୍ରଦୀପ୍ତ କୁମାର ପୃଷ୍ଟି, ପୂର୍ବତନ ସରପଞ୍ଚ ଋଷି କୁମାର ରାଉତ, ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା, ଅକ୍ଷୟ କୁମାର ମହାନ୍ତି, ପ୍ରଫୁଲ୍ଲ ସାମନ୍ତରାୟ, ଉପେନ୍ଦ୍ର ସାମନ୍ତରାୟ, ପ୍ରଦୀପ୍ତ ସାମନ୍ତରାୟ, ସରପଞ୍ଚ ଚିନ୍ମୟ ସାମନ୍ତରାୟ, ସରପଞ୍ଚ ଭବାନୀ ସାମଲ, ସମିତି ସଭ୍ୟ ଦେବେନ୍ଦ୍ର ମହାନ୍ତି, ଯୁବ ବିଜେଡି ସଭାପତି ଶରତ ମହାପାତ୍ର ଏବଂ ପ୍ରଦୀପ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗୀୟା ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।
