କଟକ,୯/୧୦: ୪୨ ମୌଜାର ବେଣ୍ଟକାର୍ ଅନ୍ତର୍ଗତ ଏରଞ୍ଚ ଗ୍ରାମରେ ମା’ ଗଜ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପୂଜା ପାଳିତ ହୋଇଯାଇଛି। ଏଥିରେ ପିଲାମାନେ ଏକତ୍ରିତ ହୋଇ ପୂଜା ଧୁମ୍ ଧାମରେ ପାଳିତ କରୁଛନ୍ତି।ସେହିପରି ୪୨ ମୌଜାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। କୁଲସରିଚୁଆ, ଝିଙ୍କିରିଆ, ବେଣ୍ଟକାରରେ ୪ ଟି, କଣ୍ଟୁଣିଆ, ଦେଉଳି, ପଟଣା, ନହରପଦା, ଟାଇଁକଣାରେ ୪ ଟି, ଚାନ୍ଦୁଲି, ବରାଳ, ବ୍ରହ୍ମପୁର ଆଦି ୪୨ ମୌଜାର ବିଭିନ୍ନ ସ୍ଥାନ ମାନଙ୍କରେ ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ରାସ୍ତା ମାନଙ୍କରେ ଲାଇଟ୍ ସାଜସଜ୍ଜା ସହିତ ଭଜନ ସନ୍ଧ୍ୟା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମ୍ୟ କମିଟି, ପୂଜା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
