ଯୋଗାଣ ବିଭାଗର ରେଡ ୬୦ ଘରୋଇ ଗ୍ୟସ ସିଲିଣ୍ଡର୍‌ ଜବତ

ଅପରାଧ କନ୍ଧମାଳ ଜିଲା ଖବର ରାଜ୍ୟ
Spread the love

ରାଇକିଆ, ୧/୧୧ :ରାଇକିଆ ବ୍ଲକ ଅଫିସ ନିକଟରେ ଦୁଇଟି ଘରେ ବେଆଇନ ଭାବେ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରୀ କରୁଥିବା ଜଣାପଡ଼ିଛି। ଗଛିତ ଥିବା ୬୦ ଗ୍ୟାସ ସିଲିଣ୍ଡର୍‌କୁ ଯୋଗାଣ ବିଭାଗ ତରଫରୁ ଜବତ କରାଯାଇଛି।କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାୟାଧର ସାହୁ ଚଢ଼ାଉ କରି ଦୁଇଟି ସ୍ଥାନରୁ ୧୯ ଏବଂ ୪୦ ଘରୋଇ ଗ୍ୟାସ୍ ସିଲିଣ୍ଡର୍‌ ଜବତ କରିଥିଲେ। ସେଥି ମଧ୍ୟରୁ ୨୫ଟି ଗ୍ୟାସ୍ ଭର୍ତ୍ତି ଏବଂ ୩୫ଟି ଖାଲି ସିଲିଣ୍ଡର୍ ରହିଛି। ଏହି ଚଢ଼ାଉ ବେଳେ ରାଇକିଆ ଯୋଗାଣ ନିରୀକ୍ଷକ କିରଣ ବେହେରା, କ. ନୂଆଗାଁ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଳ, ଟିକାବାଲି ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *