ମାହାଙ୍ଗା, ୧୧ /୧୧ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ପ୍ରତ୍ୟେକ୍ଷ ଦେବତା ମା’ ସାହାଡ଼ା ସୁନ୍ଦରୀଙ୍କ ମୁଖ୍ୟ ପୂଜକ ଶତାୟୁ ବ୍ରଜକିଶୋର ପଣ୍ଡାଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି l ବ୍ରଜକିଶୋର ଥିଲେ ମାଆଙ୍କ ପରମ ସେବକ l ମାଆଙ୍କ ପୂଜାର୍ଚ୍ଚନା ଓ ସାହାଡ଼ା ସୁନ୍ଦରୀ ପୀଠର ଉନ୍ନତି ପାଇଁ ସେ ସବୁବେଳେ ତତ୍ପର ଥିଲେ l ଗ୍ରାମର ମୁରବୀ ତଥା ଜଣେ ଆଧ୍ୟାତ୍ମିକବାଦୀ ମଣିଷ ଭାବେ ସ୍ବର୍ଗତ ପଣ୍ଡା ସବୁଠି ପରିଚିତ ଥିଲେ l କିମ୍ସ ହସ୍ପିଟାଲ ଭୁବନେଶ୍ୱରରେ ମଙ୍ଗଳବାର ସକାଳେ ଏହି ଶତାୟୁ ପୁରୁଷଙ୍କ ଦେହାନ୍ତ ଘଟିବା ଖବର ଜଣାପଡିବା ପରେ କୁହୁଣ୍ଡା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଥିଲା l
ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମା’ ସାହାଡ଼ା ସୁନ୍ଦରୀଙ୍କ ବହୁ ଭକ୍ତ ସ୍ବର୍ଗତ ପଣ୍ଡାଙ୍କ ଶବାଧାରରେ ସାମିଲ ହୋଇ ସ୍ମଶାନ ପର୍ଯ୍ୟନ୍ତ ଯାତ୍ରା କରିବା ଦେଖିବାକୁ ମିଳିଥିଲା l ବଡପୁଅ କଳ୍ପତରୁ ପଣ୍ଡା ବାପାଙ୍କୁ ମୁଖାଗ୍ନି ପ୍ରଦାନ କରିଥିଲେ l ଏହାପରେ ସ୍ବର୍ଗତ ପଣ୍ଡାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନହୋଇ ଯାଇଥିଲା l ଜଣେ ପରୋପକାରୀ, ମିଷ୍ଟଭାଷୀ,ସ୍ନେହିଁ, ମେଳାପୀ ତଥା ଉଦାର ହୃଦୟର ମଣିଷଙ୍କୁ ହରାଇ କୁହୁଣ୍ଡା ପଂଚାୟତାବାସୀ ଶୋକାଭିଭୂତ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଜି ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି l

ସ୍ବର୍ଗତ ବ୍ରଜ କିଶୋରଙ୍କ ସାନପୁଅ ମହେନ୍ଦ୍ର ପଣ୍ଡା, ଜ୍ୱାଇଁ ପ୍ରଦୀପ୍ତ କିଶୋର ଦାଶ,ଦେବେନ୍ଦ୍ର ଶତପଥୀ, ହୃଷିକେଶ ପଣ୍ଡା, ଅଶ୍ୱିନୀ ଷଢଙ୍ଗୀ, ରାଜେନ୍ଦ୍ର ପଣ୍ଡା,ଅଶୋକ କୁମାର ରଥ,ସାମାଜିକକର୍ମୀ ଅଖିଳେଶ ମହାନ୍ତି, ସୁଧୀର ମହାନ୍ତି, ଅନନ୍ତ ପଣ୍ଡା,ଚନ୍ଦ୍ରଭାନୁ ଆଚାର୍ଯ୍ୟ, ନିରଞ୍ଜନ ମୁଦୁଲି, ଅଜୟ ସ୍ୱାଇଁ,ନନ୍ଦ କିଶୋର ପଣ୍ଡା, ରାମଚନ୍ଦ୍ର ମହାପାତ୍ର,ସୁବାସ ବେହେରା, ଗୟାଧର ସାହୁ,ଗଣେଶ୍ୱର ସାମଲ, ଦେବେନ୍ଦ୍ର ସ୍ୱାଇଁ,ଅଜୟ ନନ୍ଦ,ପ୍ରଭାତ ଘଡେଇ,ଗଣେଶ ବେହାରୀ,ରମାକାନ୍ତ ପଣ୍ଡା,ମାଗୁଣି ସାମଲ, ଜଗନ୍ନାଥ ପଣ୍ଡା, ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ବାସଭବନରେ ପହଂଚି ଏହି ଆଧ୍ୟାତ୍ମିକ ପୁରୁଷଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l
