ବିହାରରେ ଏନଡିଏର ବିପୁଳ ବିଜୟ

ଦେଶବିଦେଶ
Spread the love

ପାଟନା, ୧୪/୧୧ : ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କର ସମସ୍ତ ମେଣ୍ଟ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜନତା ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, “୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି। ଏଥିପାଇଁ, ମୋର ସମ୍ମାନ, ହୃଦୟର କୃତଜ୍ଞତା ଏବଂ ଧନ୍ୟବାଦ ରାଜ୍ୟର ସମସ୍ତ ସମ୍ମାନିତ ଭୋଟରଙ୍କୁ।”

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଲ୍ୟୁଟ୍ କରୁଛି ଏବଂ ତାଙ୍କର ସମର୍ଥନ ପାଇଁ ମୋର ହୃଦୟର କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। NDA ମେଣ୍ଟ ଏହି ନିର୍ବାଚନରେ ସମ୍ପୂର୍ଣ୍ଣ ଏକତା ପ୍ରଦର୍ଶନ କରିଛି ଏବଂ ଏକ ବିପୁଳ ବିଜୟ ହାସଲ କରିଛି। ମୁଁ ଏହି ବିପୁଳ ବିଜୟ ପାଇଁ ସମସ୍ତ NDA ମେଣ୍ଟ ସହଯୋଗୀ – ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି ଯେ ସମସ୍ତଙ୍କ ସମର୍ଥନରେ, ବିହାର ଆହୁରି ପ୍ରଗତି କରିବ ଏବଂ ଦେଶର ସବୁଠାରୁ ବିକଶିତ ରାଜ୍ୟ ମଧ୍ୟରେ ସାମିଲ ହେବ।

Leave a Reply

Your email address will not be published. Required fields are marked *