ଆଜି ବିଧାନସଭାର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୭/୧୧: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ପୂର୍ବତନ ସଦସ୍ୟ ହେମେନ୍ଦ୍ର ମହାପାତ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନଷ୍ଟେବଳ ସରୋଜ ପ୍ରଧାନଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ୧ ମିନିଟ୍ ନିରବ ପ୍ରାର୍ଥନା ପରେ ୪ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଆଜି ଗୃହରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Leave a Reply

Your email address will not be published. Required fields are marked *