ଭୁବନେଶ୍ୱର, ୨୭/୧୧: କଳାହାଣ୍ଡିର ପ୍ରଖ୍ୟାତ ଘୁମୁରା କଳାକାର ପବିତ୍ର ଗହିର ଙ୍କୁ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୁଧବାର ପୁରସ୍କୃତ କରାଯାଇଛି । ଲୋକକଳା ଏବଂ ବାଦ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ରଙ୍କୁ ସମ୍ମାନିତ କରାଯାଇଛି ।ସୂଚନାଯୋଗ୍ୟ ଘୁମୁରା ଏବଂ ବାଜାଶାଲ ନୃତ୍ୟରେ ନିଶାନ ବଜାଇ ଦେଶର ବିଭିନ୍ନ ସ୍ଥାନରେ ପବିତ୍ର ସମ୍ମାନିତ ହେଇଛନ୍ତି। ସେହିଭଳି ଲୋକନୃତ୍ୟ ରେ ଢୋଲିଆ ଭାବେ ପରିଚିତ ଯୁବ କଳାକାର ଗୌରୀ ଶଙ୍କର ଦୁର୍ଗା ମଧ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହେଇଛନ୍ତି।
ବୁଧବାର ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଉଭୟ କଳାକାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପବିତ୍ର ଏବଂ ଗୌରୀ ଙ୍କୁ ଏକାଡେମୀ ପୁରସ୍କାର ମିଳିବା ଯୋଗୁଁ ଜିଲାର କଳାକାର ମହଲରେ ଆନନ୍ଦ ପ୍ରକାଶ ପାଇଛି । ସାରଳା ପୁରସ୍କାର ପ୍ରାପ୍ତ ସଂସ୍କୃତି ସଂଗଠକ ଜୟନ୍ତ ବେହେରା ଙ୍କ ସମେତ ବହୁ ସଂସ୍କୃତି ପ୍ରେମୀ ପବିତ୍ର ଏବଂ ଗୌରୀ ଙ୍କୁ ଶୁଭେଛା ଜଣାଇଛନ୍ତି।
