୬୫ ଲକ୍ଷର ବ୍ରାଉନସୁଗର ଜବତ, ମା’-ପୁଅ ସମେତ ୩ ଗିରଫ

ଖୋର୍ଦ୍ଧା ରାଜ୍ୟ
Spread the love

ଖୋର୍ଦ୍ଧା, ୨/୧୨: ଖୋର୍ଦ୍ଧା ସହରରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବ୍ରାଉନସୁଗର ସହିତ ୧୭୫ ବୋତଲ କଫ ସିରପ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା’-ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ପ୍ୟାକିଂ ମେସିନ, ଜରି, ଓଜନ ଯନ୍ତ୍ର ଏବଂ ୩ ମୋବାଇଲ ଜବତ ହୋଇଛି।ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ାଉ ଏବଂ ଧରପଗଡ଼ ସତ୍ବେ ଏହାକୁ ରୋକାଯାଇ ପାରୁନାହିଁ। ଫଳରେ ଏହା ଆପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *